ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ

କଳାହାଣ୍ଡି,୧୭/୮ : ମ.ରାମପୁରସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିକେ ସାବିତ୍ରୀ ଭଉଣୀଙ୍କ ତତ୍ୱାବଧାନରେ ପ୍ରଥମେ ସିଆରପିଏଫ୍ କ୍ୟାମ୍ପ, ମ.ରାମପୁର ଥାନା,ମ.ରାମପୁର ରେଂଜ କାର୍ଯ୍ୟାଳୟ, ସବ୍ ଜେଲ୍,ବ୍ୟାଙ୍କ ଏବଂ ସହରର ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ବିଡ଼ିଓ ରୁମାନା ଜାଫ୍ରି,ଥାନାଧିକାରୀ ଉତ୍ତମ କୁମାର ସାହୁ, ସିଆରପିଏଫ୍ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଉମାନ ଗର୍ଗିସ୍ ଯୋଗଦେଇ ରକ୍ଷା ବନ୍ଧନର ମହତ୍ୱ ସଂପର୍କରେ ଆଲୋକପାତ କରିଥିବାବେଳେ ଜେଲ ଅନ୍ତେବାସୀଙ୍କୁ ରକ୍ଷା ବନ୍ଧନ ଏକ ନିଆରା ଅନୂଭବ ଦେଇଥାଏ ବୋଲି କହିଛନ୍ତି ଗୀତା ପାଠଶାଳା ସଦସ୍ୟ/ସଦସ୍ୟା । ବିକେ ବନୀତା, ଈଭାମୟୀ ମାଝୀ, ସଂଯୁକ୍ତା ପୁରୋହିତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.