ବଲାଙ୍ଗିର,୧୭/୮ : ସ୍ଥାନୀୟ ଗାନ୍ଧୀ ଭବନ ପରିସରରେ ଓଡ଼ିଆ ଭାଷା ଓ ସାହିତ୍ୟର ଅନ୍ୟତମ ବିନ୍ଧାଣି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହା ସମାରୋହରେ ପାଳନ କରାଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ, ବଲାଙ୍ଗିର ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବୁଦ୍ଧିଜିବୀ ଯୋଗ ଦେଇଥିଲେ। ଡିଆଇପିଆରଓ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ ଓ ନାଟ୍ୟକାର ଯୋଗଦାନନ୍ଦ ଛୁରିଆ ପ୍ରମୁଖ ମଞ୍ଚାସୀନ ଥିଲେ।
ବଲାଂଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in