ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): ସାରା ଭାରତକୁ ନିଶା ମୁକ୍ତ କରିବା ଲକ୍ଷ୍ୟ ନେଇ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ତାର “ନିଶା ମୁକ୍ତ ଭାରତ ଅଭିଯାନ” ସମଗ୍ର ଭାରତ ବର୍ଷର କୋଣ ଅନୁକୋଣରେ ନିଶା ମୁକ୍ତ ଭାରତ ଅଭିଯାନ ରଥ ପରିକ୍ରମା କରିଥିବା ବେଳେ ବୁଧବାର ଦିନ କଲମପୁର ଠାରେ ନିଶା ମୁକ୍ତ ଭାରତ ଅଭିଯାନ ରଥ ପହଞ୍ଚିଥିଲା। କଲମପୁର ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିକେ ଶଙ୍କର୍ଷଣ ବେହେରା, ପ୍ରେମଲାଲ ଶର୍ମା, ବିକାଶ ନାୟକ ପ୍ରମୁଖଙ୍କ ତତ୍ୱାବଧାନରେ ନିଶା ମୁକ୍ତ ଭାରତ ଅଭିଯାନ ଗଠନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଜୁନାଗଡ କେନ୍ଦ୍ର ସଞ୍ଚାଳିକା ମଧୁ ଶ୍ରାବଣୀ ଭଉଣୀ, ପ୍ରଜା ପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ କଲମପୁର କେନ୍ଦ୍ର ସଞ୍ଚାଳିକା ରୋଜି ଭଉଣୀ ଓ ଏମ ରାମପୁର କେନ୍ଦ୍ର ସଞ୍ଚାଳିକା ସୁରଭି ଭଉଣୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ତଥା ଜନ ସାଧାରଣଙ୍କୁ ନିଶା ଆମ ପାଇଁ କେତେ ବିପଦ ଏବଂ ଜୀବନ ହାନି ଅଟେ ତାହା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିଲେ। ପ୍ରଥମେ ଉକ୍ତ ସଂସ୍ଥା ଦ୍ୱାରା ପରିଚାଳିତ ଏକ ସଚେତନତା ରଥ ସାରା ଭାରତ ପରିକ୍ରମା କରି ଏହି ବିଦ୍ୟାଳୟରେ ପହଞ୍ଚିଥିଲା ଏବଂ ପରେ ଉକ୍ତ ସଂସ୍ଥା ର ସମସ୍ତ କର୍ମକର୍ତ୍ତା ଙ୍କ ଦ୍ଵାରା ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶ୍ୱିନ କୁମାର ମୁଣ୍ଡ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.