ବୃକ୍ଷ ରୋପଣ, ଜଳ ସଂରକ୍ଷଣ ଓ ପ୍ଲାଷ୍ଟିକ ବର୍ଜ୍ଜନ ଏବଂ ପାଣି, ମଶାଣି ଓ ମନ୍ଦିରରେ ଭେଦଭାବ ସମାପ୍ତ ପାଇଁ ଆହ୍ୱାନ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତବାର୍ଷିକ ପାଳନ ଅବସରରେ ଜୟପାଟଣା କେନ୍ଦ୍ର(ଜୟପାଟଣା, କଲମପୁର ଓ କୋକସରା ଖଣ୍ଡ) ପକ୍ଷରୁ ଏକ ପ୍ରମୁଖ ଜନ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି। ସଂଘର ମାନନୀୟ ଜିଲ୍ଲା ସଂଘଚାଳକ ଶ୍ରୀ ନବ କିଶୋର ପାଢ଼ୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହ ପ୍ରାନ୍ତ ସଦଭାବନା ପ୍ରମୁଖ ଶ୍ରୀ ଜୟନ୍ତ କୁମାର ମୁଣ୍ଡ ଯୋଗ ଦେଇ ପଞ୍ଚ ପରିବର୍ତ୍ତନ ଓ ସଂଘର ୧୦୦ ବର୍ଷର ଯାତ୍ରା ବିଷୟରେ ମାର୍ଗଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟବାହ ଅଶ୍ୱିନ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ସଂଘଚାଳକ ଜଗଦୀଶ୍ଵର ମୁଣ୍ଡ, ଭାଜପାର ବରିଷ୍ଠ କାର୍ଯ୍ୟକର୍ତ୍ତା ଶେଷ ବେହେରା, ଖଣ୍ଡ ସଂଘଚାଳକ ପ୍ରମୋଦ କୁମାର ଠାକୁର, ଖଣ୍ଡ କାର୍ଯ୍ୟବାହ ଶତ୍ରୁଜିତ ବେହେରା ଓ ବିଶ୍ୱ ହିନ୍ଦୁ ପରିଷଦର ଭରତେନ୍ଦୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ତିନୋଟି ଖଣ୍ଡରୁ ସମାଜର ବିଭିନ୍ନ ବର୍ଗରୁ ଶତାଧିକ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ବନ୍ଦେ ମାତରମ୍ ଗାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।





