ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ମାତ୍ରା): ଜିଲା ସୂଚନା ଓ ଲୋକ ସମ୍ପର୍କ ଅକାରୀ ତଥା ବିଭାଗୀୟ ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନଙ୍କୁ ଆରଡିଏମ୍ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। କାଶୀପୁର ବ୍ଲକ ଖୁରୀଗାଁ ପଞ୍ଚାୟତ ଚେରକଟା ଠାକୁରାଣୀ ପିଠ ଜଳ ପ୍ରପାତ ଠାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ଆରଡିଏମ ସଭାପତି ଅଞ୍ଜନ ନାଏକ। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଅତିରିକ୍ତ ଲୋକ ସମ୍ପର୍କ ଅଧିକାରୀ ଡମ୍ବୁରୁଧର ପଣ୍ଡା ଏବଂ କାଶୀପୁର ବ୍ଲକ୍ ସାମ୍ବାଦିକ ସଂଘ ସଭାପତି ଆର୍କେ ନାଏକ ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିଙ୍କୁ ଉପଢୌକନ ଏବଂ ଉପହାର ପ୍ରଦାନ ପୂର୍ବକ ସମ୍ବନ୍ଧିତ କରାଯାଇଥିଲା। ବିଶେଷ ଭାବେ ପୂର୍ବତନ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରାଯାଇଥିଲା। ସମାଜର କଲ୍ୟାଣ ପାଇଁ ଖବରଦାତା ମାନେ ପରସ୍ପର ମଧ୍ୟରେ ଥିବା ମନାନ୍ତରକୁ ଦୂର କରି ନିଷ୍ଠାପର ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବାକୁ ମୁଖ୍ଯ ଅତିଥି ପରାମର୍ଶ ଦେବା ସହ ସଂଘର ଉନ୍ନତି କାମନା କରିଥିଲେ। ଏହି ଅବସରରେ ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକମାନଙ୍କ ମଧ୍ୟରେ ଗୋଲକ ବିହାରୀ ସାମନ୍ତରାୟ, ଡମ୍ବୁରୁଧର ବେହେରା, ପ୍ରଫୁଲ୍ଲ କୁମାର ବେହେରା, କ୍ଷମା ସାଗର ନାଏକ, ରବି ବୈଦ୍ୟ, ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଂଘ ଉପଦେଷ୍ଟା ଖଗେଶ୍ଵର ସିଂହ ମଞ୍ଚ ପରିଚାଳନା କରିଥିବାବେଳେ ସମ୍ପାଦକ ସନ୍ତୋଷ ବେହେରା, ସୁରେଶ କୁମ୍ଭାର, ପଦ୍ମନ ଭତ୍ରା, ସତ୍ୟ ନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ।





