୪୨ ମୌଜା ସାଂସ୍କୃତିକ ମହୋତ୍ସବ ପକ୍ଷରୁ ସମ୍ବର୍ଦ୍ଧନା ସଭା 

ଓଡ଼ିଆ ବାର୍ତ୍ତା/ କଟକ: କଟକ ସଦର ୪୨ ମୌଜା ସାଂସ୍କୃତିକ ମହୋତ୍ସବର ସପ୍ତମ ସଂନ୍ଧ୍ୟାରେ ଅନିମା ଜେନାଙ୍କ ନିର୍ଦେଶନାରେ ପ୍ରାୟତ ଡାନ୍ସ ଗ୍ରୁପ ନୃତ୍ୟ ପରିବେଷଣ କରିଥିଲେ | ପ୍ରାରମ୍ଭରେ ମଙ୍ଗଳାଚରଣ, ରାଧାକୃଷ୍ଣଙ୍କ ରାସ ଓ ସମ୍ବଲପୁରୀ, ଡାଳଖାଇ ଆଦି ସୁନ୍ଦର ସୁନ୍ଦର ନୃତ୍ୟ ନୃତ୍ୟ ଶିଳ୍ପୀମାନେ ପରିବେଷଣ କରିଥିଲେ | କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ହାସ୍ୟ ଅଭିନେତା ରାଜୁ ସାହୁ | ପାୟଲ ଡ୍ୟାନ୍ସ ଗ୍ରୁପର ନିର୍ଦେଶିକା ନମିତା ଜେନା, ସଂଚାଳକ ରାଜୁ ସାହୁ ଓ ପାୟଲ ଡ୍ୟାନ୍ସ ଗ୍ରୁପର ତତ୍ବାବଧାରକ ଅଶୋକ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କାର୍ଯ୍ୟକ୍ରମରେ ସାଂସ୍କୃତିକ ମହୋତ୍ସବ କମିଟିର ଉପସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ପ୍ରଦ୍ୟମ୍ନ ମହାନ୍ତି, ଆଇନ ପରାମର୍ଶଦାତା ଆଇନଜୀବୀ ପ୍ରମୋଦ ପତି, ଉପଦେଷ୍ଟା ସିଦ୍ଧେଶ୍ଵର ପତି, କୃଷ୍ଣଚନ୍ଦ୍ର ପତି, ସମ୍ପାଦକ ଦୁର୍ଗାପ୍ରସାଦ ପତି, କୋଷାଧକ୍ଷ ପ୍ରଶାନ୍ତ ସ୍ୱାଇଁ, ସତ୍ୟନାରାୟଣ ମହାନ୍ତି, ବିକ୍ରମ କିଶୋର ପତି, ବିଳାସ ଚନ୍ଦ୍ର ବେହେରା, ଇଂ. ସେବକ ଶ୍ରୀକାନ୍ତ, ନିତ୍ୟାନନ୍ଦ ପତି, ବାଦଲ ପତି, ବସନ୍ତ ଭୋଇ, ବିଶ୍ୱଜିତ ପତି, ସନ୍ତୋଷ ସ୍ୱାଇଁ, ପବିତ୍ର ଭୋଇ, ଭଜକୃଷ୍ଣ ଲେଙ୍କା, ପ୍ରସନ୍ନ ପତି, ଗୁଣ୍ଡୁଚି ଭୋଇ, ଅଶୋକ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ । ୪୨ ମୌଜା ସାଂସ୍କୃତିକ ମହୋତ୍ସବ କମିଟିର ସଭାପତି ସାମ୍ୱାଦିକ ତଥା ଗବେଷକ ସନ୍ତୋଷ କୁମାର ପତି ଧନ୍ୟବାଦ ଜଣାଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.