ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘ ତରଫରୁ ଆଜି ନୂତନ ଭାବେ ଯୋଗଦାନ କରିଥିବା ମୋ ଭାରତ କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀମାନ ବଂଶ ଶର୍ମାଙ୍କୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଏଥିରେ ମୋ ଭାରତ ଲେଖା ଏବଂ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ଶ୍ରୀ ଦୂତୀୟ ବନଛୋର, ଗାଁ ଗୌନ୍ତିଆ ଶ୍ରୀ କୈଳାଶ ସାହୁ, ରାମଜୀ ସାଂସ୍କୃତିକ ଅନୁଷ୍ଠାନ ହଜାରୀପଡା ପୂର୍ବତନ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ପୂର୍ବତନ କୋଷାଧକ୍ଷ ଶ୍ରୀ ଈଶ୍ୱର ସାହୁ, କୋଷାଧକ୍ଷ ଶ୍ରୀ ଡମ୍ବରୁଧର ସାହୁ, ପ୍ରକୃତି ବନ୍ଧୁ ଶ୍ରୀ ସନତ କୁମାର ସାହୁ,ସ୍ବେଛାସେବୀ ଶ୍ରୀ ଅମିତ କୁମାର ସାହୁ କଳାରୁଦ୍ର ଯୁବକ ସଙ୍ଘର ସଭ୍ୟା ଉମାକାନ୍ତି ସାହୁ, କଲ୍ୟାଣୀ ସାହୁ, ରେଖାଞ୍ଜଳି ସାହୁ, ନେବେଦିତା ପ୍ରିୟଦର୍ଶିନୀ ସାହୁ,ମୋ ଭାରତ କାର୍ଯ୍ୟକର୍ତ୍ତା ଶ୍ରୀ ଚୁଳମଣୀ ମାଝୀ, ଦୂର କୈବର୍ତ୍ତ, ପ୍ରକୃତି ବନ୍ଧୁ ଶମ୍ବୁ ବିଶି, ଠାକୁର ସାହୁ, ଚୁମନେଶ୍ଵର ସାହୁ, ନୀଳକଣ୍ଠେଶ୍ଵର ସାହୁ ରହି ସହଯୋଗ କରିଥିଲେ।





