ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଅଛି। ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ଏଡିଇଓ ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ ସଭାପତିତ୍ବ କରିଥିବା ବେଳେ କାର୍ଯ୍ୟ ନୀର୍ବାହୀ ଅଧିକାରୀ ସୁରେନ୍ଦ୍ର ମୋହନ ବେଶ୍ରା ମୁଖ୍ୟ ଅତିଥି ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ୧ ନମ୍ବର ୱାର୍ଡ଼ ସଭ୍ୟ ରତ୍ନାକର ମାଝୀ,କୃଷି ସମବାୟ ସମିତି ର ନିର୍ଦେଶକ ଧନେଶ୍ଵର ପୁଞ୍ଜି, ୧୨ ନମ୍ବର ୱାର୍ଡ଼ ସଭ୍ୟ ଧନଞ୍ଜୟ ପୁଞ୍ଜି, ବିଶ ମାଝୀ, ରାଏମଲ ଦୁର୍ଗା, ବୃଷବ ବାଗ, ପ୍ରମୁଖ ଉପସ୍ଥିତ ରହି ଥିଲା। ବିଶ୍ବ ପରିବେଶ ଦିବସ ଅବସର ରେ ରେଙ୍ଗାଲି ଧାନ ମଣ୍ଡି ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏକ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମ ସଭା ଉପସ୍ଥିତ ଜନସାଧାରଣଙ୍କୁ ଆଜି ର ବିଶ୍ବ ପରିବେଶ ଦିବସ ସମ୍ପର୍କରେ ପରିବିଶ କିଭଳି ସୁରକ୍ଷିତ ରହିବ, ସ୍ବଚ୍ଛତା ରହିବ ଏବଂ ଏହା ମୂଲ ଉଦ୍ଦେଶ୍ୟ ଥିଲା ବୃକ୍ଷ ରୋପଣ ମାଧ୍ୟମରେ ପରିବେଶ ସନ୍ତୁଳନ, ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗଛ ଲଗେଇବା ପାଇଁ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଏଡିଇଓ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଜିଓ ଟେକର ଭୁବନେଶ୍ୱର ତାଣ୍ଡି ସହଯୋଗ କରିଥିଲେ।





