ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକର ରେଙ୍ଗାଲପାଲି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ  ପରିଚାଳନା କମିଟି ମଙ୍ଗଳବାର ଦିନ ଗଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ଲଳିତ କୁମାର ନାଏକଙ୍କ ତତ୍ୱାବଧାନରେ ପର୍ଯ୍ୟବେକ୍ଷକ ଭାବେ ବିମଳା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ରମାକାନ୍ତ ମାଝୀ, ଭଇଁରିପାଲି ୟୁ.ଜି.ଏଚ.ଏସ.ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପାଣିଗ୍ରାହୀ, ସି.ଆର.ସି.ସି ରେଙ୍ଗାଲପାଲି ବେଦବର ନିଆଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦୀପ, ଗ୍ରାମ୍ୟ ଶିକ୍ଷାବିତ୍ ଦୁର୍ଲଭ ନାଏକ ଉପସ୍ଥିତ ଥିଲେ l ସର୍ବସମ୍ମତି କ୍ରମେ ସଭାପତି ଭାବେ ଜୟରାମ ବାଗ, ଉପସଭାନେତ୍ରୀ ଭାବେ ତିଳୋତ୍ତମା ନାଏକ, ସଭ୍ୟ ସଭ୍ୟା ଭାବେ ଯାଜ୍ଞସେନୀ ପୁଝାରୀ, ମଧୁ ମାଝୀ, ହର୍ଷିତା ଜାଲ, ସଙ୍ଗୀତା ପ୍ରଧାନୀ, ରବୀନ୍ଦ୍ର ନାଏକ, ଗୌରୀମଣୀ ବାଗ, ଡାଳିମ୍ବ ବାଗ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ମନୋନୀତ ହୋଇଥିଲେ l ଏହାପରେ ସ୍କୁଲ ବିଲଡିଂ କମିଟି ଓ ସ୍କୁଲ ଏକାଡେ଼ମିକ କମିଟି ଦୁଇଟି ଗଠନ କରାଯାଇଥିଲା l ସ୍କୁଲ ବିଲଡିଂ କମିଟିରେ ୫ ଜଣ ସଦସ୍ୟ ଥିବା ବେଳେ ସ୍କୁଲ ଏକାଡେ଼ମିକ କମିଟିରେ ୬ ଜଣ ସଦସ୍ୟଙ୍କୁ ଚୟନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.