ଜୟଦୁର୍ଗା ହାଇସ୍କୁଲ ନର୍ଲା ରୋଡ଼ରେ ‘କ୍ଲାଇମେଟ ପଞ୍ଚାୟତ’, ‘ପୁନଶ୍ଚ ପୃଥିବୀ’ ଓ ‘ବନ ମହୋତ୍ସବ’ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ସ୍ଥିତ ଜୟଦୁର୍ଗା ହାଇସ୍କୁଲଠାରେ ମଙ୍ଗଳବାର ଦିନ ‘ସମ୍ବାଦ’ ପକ୍ଷରୁ ‘କ୍ଲାଇମେଟ ପଞ୍ଚାୟତ’, ‘ପୁନଶ୍ଚ ପୃଥିବୀ’ ଓ ‘ବନ ମହୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର କରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ପ୍ରକୃତି ବନ୍ଧୁ ରବୀନ୍ଦ୍ର କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଡ଼ଃ ଅଜୟ ମିଶ୍ର, ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ଓ ବନପାଳ ଭବାନୀ ନାଏକ ମଞ୍ଚାସୀନ ଥିଲେ। ଅତିଥି ମାନେ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା, ବୃକ୍ଷରୋପଣର ଗୁରୁତ୍ୱ ଓ ସବୁଜ ପୃଥିବୀ ଗଠନରେ ସମସ୍ତଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ପରିବେଶ ସଚେତନତା ସଭାର ଆୟୋଜନ କରାଯାଇଥିଲା। ଚକ୍ରଧର ସା କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଓ ସମ୍ବାଦ ନର୍ଲା ପ୍ରତିନିଧି ଅଭିରାମ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.