ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ ମହା ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନର୍ଲା ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ପାଳନ କରାଯାଇଛି। ପ୍ରତ୍ୟେକ ଛାତ୍ର ଛାତ୍ରୀ ଜଣେ ଜଣେ ପ୍ରତିବର୍ଷ ଗୋଟାଏ ଲେଖାଏଁ ବୃକ୍ଷ ରୋପଣ କରି ଏହାର ଯତ୍ନ ନେବା। ପରିବେଶକୁ ବଞ୍ଚାଇ ରଖିବା। ଗଛ ବଞ୍ଚିଲେ ଆମେ ବଞ୍ଚିବା ବୋଲି ଅଧ୍ୟକ୍ଷ ମାର୍ଗ ଦର୍ଶନ ଦେଇଥିଲେ। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ମୃତ୍ୟୁଞ୍ଜୟ ଚାନ୍ଦ କାର୍ଯ୍ଯକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସଂଘମିତ୍ରା ପଣ୍ଡା, କିଶୋର ଚାନ୍ଦ, ଲକ୍ଷପତି ପ ଧାନ, କ୍ଷୀତିଶ କୁମାର ବଗର୍ତ୍ତି, ଗରୁଡ ଭୋଇ, ରବି ଭୋଇ, ଚୁଡ଼ଙ୍ଗ ଭୋଇ ଏବଂ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଙ୍କ ସମେତ ସମେତ ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ବୃ୍କ୍ଷରୋପଣ କରାଯାଇଥିଲା।





