ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶ୍ରାବଣ ମାସ ସାରା ଦେବଗିରି ମଠ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଶେଷ ପାଳିରେ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଏନେଇ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢ଼ୀପଦର ସ୍ଥିତ ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ଦେବଗିରି ମଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଶହଶ୍ରାଧିକ ବୋଲବମ ଭକ୍ତ ଓ ଶ୍ରଦ୍ଧାଳୁ
ଦେବଗିରି ଗୁମ୍ଫା ମଧ୍ୟସ୍ଥ ଶିବଲିଙ୍ଗଙ୍କୁ ଶ୍ରଦ୍ଧା ସହକାରେ ଜଳାଭିଷେକ କରିଥିଲେ। ମହିଷାସୁରଙ୍କ ପଣନାତି ଗୋସିଂହ ଦୈତ୍ୟ ଦ୍ବାପର ଯୁଗରେ ଦେବଗିରିରେ ତପସ୍ୟା କରିବା ସହ ଶିବ ଉପାସନା କରୁଥିଲେ। ତେଣୁ ମହାରାଜ ଗୋସିଂହ ଦୈତ୍ୟଙ୍କ ତପସ୍ଥଳୀ ଦେଖିବା ସହ ମହାଦେବଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନଙ୍କ ଆଗମନ ହୋଇଥିଲା। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ବିଭିଷଣ ଦାସ, ସେବକ ଟିକେ ଗଉଡ, ପୁରାଣ ପାଠକ ପୂର୍ବା ଗଉଡ, ଧର୍ମେନ୍ଦ୍ର ଧଙ୍ଗଡାମାଝୀ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ରାମାନୁଜ ରାଇସ୍ ମିଲ୍ ବୁଢ଼ୀପଦର ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଷ୍ଣୁ ଗଉଡ, ରଜନୀ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ବିଜୟ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଭରତ ଧଙ୍ଗଡାମାଝୀ, ଦେବରାଜ ଗଉଡ ପ୍ରମୁଖ ସହଯୋଗ କରିଥିଲେ।





