ବେନଗାଁ ବିଦ୍ୟାଳୟରେ ବିଜେପୁର ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଯୁବପିଢିଙ୍କୁ ନିଶାର କୁପ୍ରଭାବରୁ ଦୂରେଇ ରଖିବା ଏବଂ ଏକ ନିଶାମୁକ୍ତ ସୁସ୍ଥ ସମାଜ ଗଠନ ଲକ୍ଷ୍ୟରେ ବିଜେପୁର ପୋଲିସ ପକ୍ଷରୁ ବେନଗାଁ ବିଦ୍ୟାଳୟରେ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିଜେପୁର ଥାନାଧିକାରୀ ତୁଳସୀରାମ ଶବରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ନିଶା ସେବନର କୁପରିଣାମ ଏବଂ ଏହା ଦ୍ୱାରା ବ୍ୟକ୍ତି, ପରିବାର ଓ ସମାଜ ଉପରେ ପଡୁଥିବା ନକାରାତ୍ମକ ପ୍ରଭାବ ସମ୍ପର୍କରେ ବୁଝାଯାଇଥିଲା। ନିଶାଠାରୁ ଦୂରେଇ ରହି ନିଜ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶା ବିରୋଧରେ ସଚେତନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା। ବିଶେଷ କରି ଯୁବପିଢି ନିଶା କବଳରେ ପଡି ନିଜର ଅମୂଲ୍ୟ ଭବିଷ୍ୟତ ନଷ୍ଟ ନ କରିବା ପାଇଁ ପୋଲିସ ପକ୍ଷରୁ ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ନିଶାମୁକ୍ତ ସମାଜ ଗଠନ ପାଇଁ ନିଜ ନିଜ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ସଂକଳ୍ପ ନେଇଥିଲେ। ବିଜେପୁର ପୋଲିସର ଏଭଳି ସଚେତନତାମୂଳକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.