ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା ଗତ ୯ ତାରିଖ ରେ ଏବଂ ବିଦ୍ୟାଳୟରୁ ବିଜ୍ଞାନ ପ୍ରଶ୍ନ ମଞ୍ଚ ବିଭାଗ ସ୍ତରରେ ପ୍ରଥମ ଓ ସମ୍ଭାଗ ରେ ଦ୍ଵିତୀୟ ସ୍ଥାନ ହେଲେ ଅନ୍ୟୁଷ ନେଗୀ, ସାଇ ତ୍ରିପଶା ନାଏକ, ସମୀକ୍ଷା ପୁଝାରୀ। ବିଭାଗ ଓ ସମ୍ଭାଗ ଉଭୟରେ ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ ପ୍ରଥମ ହେଲେ ରିତେଶ ବାଗ, ଚନ୍ଦନ ସିଂ ଓ ସାର୍ଥକ ବିଶ୍ୱାଳ ଏବଂ ସେମାନେ ପ୍ରାନ୍ତ ସ୍ତରକୁ ଯିବେ। ମୂର୍ତ୍ତିକଳାରେ ପ୍ରଥମ ହୋଇ ପ୍ରାନ୍ତକୁ ଯିବେ ପିପୁନ ସାହୁ ବାଲ ବିଭାଗରୁ। ସଂସ୍କୃତିଜ୍ଞାନ ବାଲବିଭାଗରେ ଦିବ୍ୟାନି ମହାଖୁଡ଼, ଲିପ୍ସା ମହାରଣା ଓ ଦୁଲଣି ମାଝୀ ତୃତୀୟ ସ୍ଥାନ ହେଲେ ବିଭାଗ ସ୍ତରରେ। ଗଣିତ ପ୍ରଶ୍ନ ମଞ୍ଚ ରେ ଅଂଶ ଗ୍ରହଣ କରିଥିଲେ ଆୟୁଷ ବାରିକ, ଶୁଭଶ୍ରୀ ଦଳେଇ ଓ ଶେଖର ସାହୁ। ବାଲ ବିଭାଗ ପ୍ରକଳ୍ପରେ ତୃତୀୟ ହେଲେ ଭେକେଟସ ସା। ଏ ସମସ୍ତ ପ୍ରତି ଭାଗୀଙ୍କୁ ସ୍ତର ଅନୁଯାୟୀ ପ୍ରସ୍ତୁତ କରିଥିଲେ ରାଜେଶ୍ୱରୀ ରଥ, ସୁନିତା ରାଉଳ, ବିଶ୍ୱ ରଞ୍ଜନ ଦାଶ, ରଶ୍ମିରେଖା ସାମନ୍ତରାୟ। ଦାୟିତ୍ୱରେ ଶିଶୁଙ୍କ ସହ ରାୟଗଡା, କୋରାପୁଟ ଓ ଜୟପାଟଣା ଯାଇଥିଲେ ରଶ୍ମିତା ପଣ୍ଡା, ଗୋଦାବରୀଶ ମିଶ୍ର ଓ ସ୍ଵାଗତିକା ପାଳ। ଶିଶୁଙ୍କୁ ବିଦ୍ୟାଳୟରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେଇଥିଲେ ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ଓ ପ୍ରାଥମିକ ବିଭାଗ ପ୍ରମୁଖ ମନୋଜ ନାୟକ।





