ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆସନ୍ତା ଦୁର୍ଗାପୂଜାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ଚିତ୍ତାକର୍ଷକ ଭାବେ ଆୟୋଜନ କରିବାକୁ ସମସ୍ତେ ମତ ଦେଇଥିଲେ। ଏହା ପରେପରେ ଶାନ୍ତିଶୃଙ୍ଖଳାର ସହିତ ପୂଜନୋତ୍ସବର ଆୟୋଜନ ପାଇଁ ସର୍ବ ସମ୍ମତି କ୍ରମେ ଏକ ନୂତନ କମିଟି ଗଠିତ ହୋଇଥିଲା। ଏଥିରେ ସଭାପତି ଭାବେ ସାମ୍ବାଦିକ ତଥା ସମାଜସେବୀ ଏମ. ଚନ୍ଦ୍ରଶେଖର, ଉପସଭାପତି ଭାବେ ଜୟନ୍ତ ମହାଖୁଡ଼, ସାଧାରଣ ସମ୍ପାଦକ ଭାବେ କିଶୋର ପେସନିଆ, ସହ ସଂପାଦକ ଭାବେ କାର୍ତ୍ତିକ ଓଡ଼ିଆ, କୋଷାଧ୍ୟକ୍ଷ ଭାବେ ସୁମନ୍ତ ଦଳବେହେରା, ସହ କୋଷାଧ୍ୟକ୍ଷ ଭାବେ ରାଘବ ଗହୀରଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଉପଦେଷ୍ଟା ଭାବେ ରାଜେନ୍ଦ୍ର ପ୍ରତାପ ସିଂଦେଓ, ହିମାଦ୍ରୀ ପେଶନିଆ, କାମରାଜ ଦଳବେହେରା, ଶ୍ରୀଧର ପେସନିଆ, ଚନ୍ଦ୍ରଧ୍ଵଜ ପେସନିଆ, ଅଶୋକ ପଟ୍ଟନାୟକ, କ୍ଷମାନିଧି ମହାଖୁଡ଼, ରମେଶ ଚନ୍ଦ୍ର ନାୟକ, ମହେଶ୍ବର ପତି, ବିନୋଦ ଗଉଡ଼, ଶ୍ରୀମୁଖ ଅଗସ୍ତି, ସୁବାସ ମହାପାତ୍ରଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଆଇନଶୃଙ୍ଖଳାକୁ ଦୃଷ୍ଟି ରଖି ଶାନ୍ତି କମିଟିରେ ଲାଞ୍ଜିଗଡ ଥାନା ଅଧିକାରୀ, ଲାଞ୍ଜିଗଡ ସରପଞ୍ଚ, ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗକୁ ରହିବା ପାଇଁ ପ୍ରସ୍ତାବ ରହିଛି। ଏହି ପୂଜାରେ ଲାଞ୍ଜିଗଡ ଯୁବକ ସଂଘ ସମ୍ପୂର୍ଣ୍ଣ ଦାଇତ୍ୱ ଗ୍ରହଣ କରିଥିବା ବେଳେ ସଂଘ ସଭାପତି ହିମାଦ୍ରୀ ପେସନିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାଗତ ଭାଷଣ ଯୁବକ ସଂଘ ସମ୍ପାଦକ ଭୁପେନ୍ଦ୍ର କୁମାର ମହାରଥା ଦେଇଥିଲେ। ଏଥିରେ କର୍ତ୍ତା ଭାବେ ପିତାମ୍ବର ଡ଼ମବିଶି ଓ ତାଙ୍କ ଧର୍ମ ପତ୍ନୀ ଦେବକୀ ଡ଼ମବିଶି ଦାଇତ୍ୱ ନିର୍ବାହ କରିବେ ବୋଲି ସ୍ଥିର କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ହେବାକୁ ଥିବା ବେଳେ ମିନାବଜାର ସାଙ୍ଗକୁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ ସହିତ ମେଲୋଡି ପରିବେଷଣ ହେବାର ଯୋଜନା ଓ ଶେଷ ଦିବସରେ ରାବଣ ପୋଢ଼ି ବ୍ୟବସ୍ଥା ରହିଛି ବୋଲି ପୁଜା କମିଟି ପକ୍ଷରୁ ସୁଚନା ଦିଆଯାଇଛି। ଏଥିରେ ଲାଞ୍ଜିଗଡ ଯୁବକ ସଂଘ ସଦସ୍ୟ ଓ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ବିଭିନ୍ନ ଦାଇତ୍ୱ ବଣ୍ଟନ କରାଯାଇଛି। ଶେଷରେ ଭୁପେନ୍ଦ୍ର ମହାରଥା ଧନ୍ୟବାଦ ଅର୍ପଣ କରିଥିଲେ।





