ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସାମାଜିକ ନ୍ୟାୟର ପ୍ରବକ୍ତା ତଥା ପଛୁଆ ବର୍ଗଙ୍କ ଅଧିକାର ପାଇଁ ଅବିସ୍ମରଣୀୟ ଅବଦାନ ରଖିଥିବା ସ୍ୱର୍ଗୀୟ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ତମ ଜନ୍ମ ଜୟନ୍ତୀ ସମାଜବାଦୀ ପାର୍ଟି, ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପ-ସଭାପତି ଶ୍ରୀ ନିର୍ମଳ ଯତି, କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ବିଜୟ ବେହେରା, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ଶୁଭକାନ୍ତ ଖଡ଼ିରତ୍ନ, ଯୁବ ମହାସଚିବ ଶ୍ରୀ ରମାକାନ୍ତ ହାତୀ ଏବଂ ଭୁବନେଶ୍ୱର ସଭାପତି ଶ୍ରୀ ଗୁରୁବାରୀ ନାୟକ ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଶ୍ରୀ ପଞ୍ଚାନନ ପ୍ରଧାନ, ଶ୍ରୀ ଟଙ୍କଧର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।ଉପସ୍ଥିତ ଅତିଥି ଓ ସମାଜବାଦୀ ପାର୍ଟିର ନେତୃବୃନ୍ଦ ବି.ପି. ମଣ୍ଡଳଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ସ୍ମୃତିଚାରଣ କରିଥିଲେ। ବି.ପି. ମଣ୍ଡଳଙ୍କ ସାମାଜିକ ନ୍ୟାୟ, ସମାନତା ଓ ପଛୁଆ ବର୍ଗଙ୍କ ଅଧିକାର ପାଇଁ ଅବଦାନକୁ ସ୍ମରଣ କରି ତାଙ୍କ ଆଦର୍ଶକୁ ଆଗେଇ ନେବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ଏହି ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ବହୁ ସଂଖ୍ୟକ ନେତା, ପଦାଧିକାରୀ ଓ କର୍ମୀ ଯୋଗଦେଇ ବି.ପି. ମଣ୍ଡଳଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.