ନିଟରେ କୃତକାର୍ଯ୍ୟ ସୁବ୍ରତଙ୍କୁ ଶୁଭେଚ୍ଛାର ସୁଅ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଂଚାୟତର ରେଙ୍ଗାଲି ଗ୍ରାମର ସୁବ୍ରତ ଶେଖର ରଣା ନିଟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜରେ ଅଧ୍ୟୟନ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଭଟାପଲା ହାଇସ୍କୁଲର କ୍ରୀଡା ଶିକ୍ଷକ ନରେନ୍ଦ୍ର ରଣା ଓ ଅମ୍ବିକା ରଣାଙ୍କ ପୁତ୍ର ସୁବ୍ରତ ବିନା କୋଚିଂରେ ଓ ପ୍ରଥମ ଥର ପରୀକ୍ଷା ଦେଇ ଡାକ୍ତରୀ ପଢିବାର ସୁଯୋଗ ପାଇଥିବାରୁ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି l ତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି l ସେ ଭଟାପଲା ବୀରକିଶୋର ଉଚ୍ଚ ବିଦ୍ୟାଳୟ ରୁ ମାଟ୍ରିକ ଓ ରେଗଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନ ରେ ସଫଳତାର ସହ ଉତୀର୍ଣ୍ଣ ହୋଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.