ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ତାଲପଦର ଗ୍ରାମ ଲାବାଣ୍ୟ ବାଣୁଆଙ୍କ ସୁପୁତ୍ର ସାକେତ ବାଣୁଆ ଚଳିତ ଶିକ୍ଷା ବର୍ଷ ନିଟ୍ ପରିକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସାକେତ ବାଣୁଆ ସର୍ବ ଭାରତୀୟ ନିଟ୍ ପରିକ୍ଷା ରେ ପ୍ରଥମ ପ୍ରୟାସ ରେ ୩୪୦ ରେଙ୍କ ରଖି କୃତିତ୍ୱ ହାସଲ କରି ତାଲପଦର ନୁହେଁ ଜୟପାଟଣା ସମେତ ସମଗ୍ର କଳାହାଣ୍ଡି ପାଇଁ ଗୌରବ ଆଣିଦେଇଛନ୍ତି। ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଲଡ଼ୁ ଗାଁ ବିଦ୍ୟାଳୟ ପଡିଥିବା ବେଳେ ପରବର୍ତ୍ତୀ ସମୟରେ ବିଶାଖାପାଟଣା ପେଦାପୁରମ୍ ର ବେସରକାରୀ ବିଦ୍ୟାଳୟ ରେ ପାଠ ପଢ଼ୁଥିଲେ। ପରେ ଭୁବନେଶ୍ବର ରେ ଦୁଇ ବର୍ଷ ନିଟ୍ କୋଚିଙ୍ଗ ନେଇଥିଲେ। ସାକେତ ବାଣୁଆ କୁ ରାଉରକେଲା ରେ ମେଡିକାଲ କଲେଜ ରେ ପାଠ ପଡିବା ପାଇଁ ସ୍ଥାନ ମିଳିଥିବାରୁ ଅଞ୍ଚଳ ରେ ଖୁସିର ମାହୋଳ ଦେଖାଦେଇଛି।ସେ ତାଙ୍କ ର ଶ୍ରେୟ ମା ବାପା କୁ ଦେଇଛନ୍ତି।





