ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମା ଲଙ୍କେଶ୍ୱରୀ ଙ୍କ ପୀଠ ଜୁନାଗଡ ଆରଏମସି ର ସମ୍ମେଳନ କକ୍ଷରେ କଳାହାଣ୍ଡି ଶକ୍ତି ଟିଭି ପରିବାର ସଦସ୍ୟଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶକ୍ତି ଟିଭି ଚ୍ୟାନେଲ ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ ରାମ କୁମାର ସେନାପତିଙ୍କ ଅଧ୍ୟକ୍ଷତା ଓ ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ସେଠୀ ଙ୍କ ମାର୍ଗଦର୍ଶନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶକ୍ତି ଟିଭି ଚ୍ୟାନେଲ ର ଅଧିକ ରୁ ଅଧିକ ପ୍ରସାରଣ, ସୋସିଆଲ ମିଡ଼ିଆରେ ବହୁଳ ପ୍ରଚାର ପ୍ରସାର, ବ୍ଲକ ପ୍ରତିନିଧି ମାନଙ୍କ କାର୍ଯ୍ୟ ଦକ୍ଷତା, ଗୁଣବତ୍ତା ସମ୍ପନ୍ନ ଖବର ପ୍ରସାରଣ ଓ ଖାଲି ରହିଥିବା ଜିଲ୍ଲାର ଅନ୍ୟ କେତେକ ବ୍ଲକ ରେ ପ୍ରତିନିଧି ନିଯୁକ୍ତି ଉପରେ ଆଲୋଚନା କରାଯାଇଥିଲା। ପ୍ରଥମେ ଜୁନାଗଡ ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀ ଙ୍କ ପୂଜନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉପସ୍ଥିତ ପ୍ରତିନିଧି ମାନଙ୍କ ପରିଚୟ ପର୍ବ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍ ଶ୍ରୀ ସେନାପତି ଉପସ୍ଥିତ ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦିତ କରିଥିଲେ। ଏହାପରେ ଚ୍ୟାନେଲ ର ଅଧିକ ଲୋକପ୍ରିୟତା ପାଇଁ ଆହୁରି ଅଧିକ କଣ କରାଯିବ ସେ ନେଇ ସମସ୍ତ ପ୍ରତିନିଧିଙ୍କ ମତାମତ ନିଆଯାଇଥିଲା। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଭେଟଘାଟ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିରୀକୃତ ହେଲା। ବ୍ଲକ ପ୍ରତିନିଧି ମାନଙ୍କ ମଧ୍ୟରେ ନର୍ଲା ପ୍ରତିନିଧି ଲିଙ୍ଗରାଜ ମିଶ୍ର, ଧର୍ମଗଡ ପ୍ରତିନିଧି ଜନ୍ମେଜୟ ନାଏକ, ଜୁନଗଡ ପ୍ରତିନିଧି ଜିତେନ୍ଦ୍ର ମେହେର, ଥୁଆମୂଳ ରାମପୁର ପ୍ରତିନିଧି ଅଙ୍ଗଦ ନାଏକ, କଲମପୁର ପ୍ରତିନିଧି ଟଙ୍କଧର ବିହାରୀ, ଜୟପାଟଣା ପ୍ରତିନିଧି କୁଞ୍ଜବନ ଛତ୍ରିଆ ପ୍ରମୁଖ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଆୟୋଜକ ଜୁନାଗଡ ପ୍ରତିନିଧି ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।





