ଅନ୍ତର୍ଜାତୀୟ ପତ୍ରିକାରେ କବି କୃଷ୍ଣ କୁମାର ମହାନ୍ତିଙ୍କ ‘ଦେଶ’ କବିତା ଉପରେ ଗବେଷଣାମୂଳକ ପ୍ରବନ୍ଧ ଲେଖି ସମ୍ମାନିତ ହେଲେ ବାଲେଶ୍ୱର ଗବେଷକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର: ବିଶିଷ୍ଟ କବି ଓ ଲେଖକ କୃଷ୍ଣ କୁମାର ମହାନ୍ତିଙ୍କ ‘ଦେଶ’ କବିତାକୁ ନେଇ ଏକ ଗବେଷଣାମୂଳକ ଓ ସମାଲୋଚନାତ୍ମକ ପ୍ରବନ୍ଧ ଅନ୍ତର୍ଜାତୀୟ ପତ୍ରିକା ‘ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଆଡଭାନସଡ ମଲଟିଡିସିପ୍ଲିନାରି ରିସର୍ଚ୍ଚ ଆଣ୍ଡ୍ ଏଜୁକେଶନାଲ୍ ଡେଭେଲପମେଣ୍ଟ’ (IJAMRED)ରେ ପ୍ରକାଶିତ ହୋଇଛି। ସନ୍ତୋଷ କୁମାର ନାୟକଙ୍କ ଦ୍ୱାରା ରଚିତ ଏହି ପ୍ରବନ୍ଧର ଶୀର୍ଷକ “From Fragmented Earth to the Icon of Bhairavī: A Critical, Philosophical, and Postcolonial Reading of Krushna Kumar Mohanty’s ‘Deśa’ (Country)”। ଏହା ପତ୍ରିକାର ବର୍ଷ-୨, ସଂଖ୍ୟା-୪, ଜୁଲାଇ-ଅଗଷ୍ଟ ୨୦୨୬ ସଂଖ୍ୟାରେ ପ୍ରକାଶ ପାଇଛି। ପତ୍ରିକାଟି ଏକ ଅନ୍ତର୍ଜାତୀୟ, ପିଅର୍-ରିଭ୍ୟୁଡ୍, ଓପନ୍-ଆକ୍ସେସ୍ ଓ ବହୁବିଷୟକ ଗବେଷଣା ପତ୍ରିକା ଭାବେ ପରିଚିତ। ଏହା ISSN 3107-6513 ଅଧୀନରେ ପଞ୍ଜିକୃତ ଏବଂ ୨୦୨୫ରୁ ପ୍ରତିଷ୍ଠିତ ହୋଇ ପ୍ରକାଶ ପାଉଛି। ଏହି ଗବେଷଣାମୂଳକ ପ୍ରବନ୍ଧର ପ୍ରକାଶନକୁ ସ୍ୱୀକୃତି ଦେଇ IJAMREDର ବୋର୍ଡ ପକ୍ଷରୁ ଗବେଷକ ସନ୍ତୋଷ କୁମାର ନାୟକଙ୍କୁ ପ୍ରକାଶନୀୟ ମାନପତ୍ର ପ୍ରଦାନ କରାଯାଇଛି। ପ୍ରମାଣପତ୍ରରେ କୃଷ୍ଣ କୁମାର ମହାନ୍ତିଙ୍କ ‘ଦେଶ’ କବିତାର ସମାଲୋଚନାତ୍ମକ, ଦାର୍ଶନିକ ଓ ପୋଷ୍ଟକଲୋନିଆଲ୍ ପାଠକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। ‘ଦେଶ’ କବିତାକୁ ନେଇ ଏଭଳି ଏକ ଆନ୍ତର୍ଜାତୀୟ ଗବେଷଣାମୂଳକ ଅଧ୍ୟୟନ ପ୍ରକାଶ ପାଇବା ଓଡ଼ିଆ ସାହିତ୍ୟର ସମକାଳୀନ ସୃଜନକୁ ଏକାଡେମିକ୍ ଓ ସମାଲୋଚନାତ୍ମକ ପରିସରରେ ଅଧିକ ବ୍ୟାପକ ଭାବେ ଉପସ୍ଥାପିତ କରିବାର ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କୁହାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.