ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବେଙ୍ଗାଲୁରୁଠାରେ ଚଳିତ ମାସ ୨୯ ଓ ୩୦ ଦୁଇ ଦିନ ଧରି ‘ହେକଥନ ହେକ୍ ଟୁ ଦ ଫ୍ୟୁଚର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଓଡିଶାର ପ୍ରତିନିଧିତ୍ୱ କରିବେ କଳାହାଣ୍ଡି ଜିଲ୍ଲା କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଅଙ୍କିତା ପଟ୍ଟନାୟକ। ଏ ନେଇ ବିଦ୍ୟାଳୟରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀମାନେ ଅଙ୍କିତାକୁ ଶୁଭେଚ୍ଛା ଜାଣିଇବା ସହ ସଫଳତା ପାଇଁ ଶୁଭ କାମନା କରିଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ମଇ ମାସ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ଵରରେ ପେନାଲ ଆଲୋଚନା ଦ୍ୱରା ଆୟୋଜିତ ହେକଥନ ହେକ ଟୁ ଦ ଫ୍ୟୁଚର କାର୍ଯ୍ୟକ୍ରମରେ କଳାହାଣ୍ଡିରୁ ପ୍ରତିନିଧିତ୍ୱ କରି ଓଡିଶା ପାଇଁ ବିବେଚିତ ହୋଇଥିଲେ ଅଙ୍କିତା। ତେବେ ଅଙ୍କିତା ଜାତୀୟ ସ୍ତରୀୟ ଆଲୋଚନାରେ ଓଡିଶା ପାଇଁ ପ୍ରତିନିଧିତ୍ଵ କରିବା ଜଣାପଡ଼ିବା ପରେ ତାଙ୍କନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।





