କଳାହାଣ୍ଡି ବିଜେପି ଯୁବମୋର୍ଚ୍ଚାର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ଜନତା ପାର୍ଟିର ଯୁବ ନେତୃତ୍ବ ପ୍ରସୁନ୍ କୁମାର ଜାଲ (ରଞ୍ଜନ) ଖେଲୋ ଇଣ୍ଡିଆର କଳାହାଣ୍ଡି ଜିଲ୍ଲା ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ନର୍ଲା ତଥା କଳାହାଣ୍ଡି ଜିଲ୍ଲାର ଯୁବ ବର୍ଗଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମାଣ୍ଡେଲର ପୂର୍ବତନ ସରପଞ୍ଚ ତଥା ଦିବଂଗତ ବିଜେପି ନେତା ପଦ୍ମଲୋଚନ ଜାଲଙ୍କ ସୁପୁତ୍ର ପ୍ରସୁନ ଛାତ୍ର ରାଜନୀତିରୁ ଜଡ଼ିତ ହୋଇ ଆସିଛନ୍ତି। ଜଣେ ସୁସଂଗଠକ ଓ କ୍ରିଡାବିତ ଭାବେ ତାଙ୍କର ବିଶେଷ ସୁନାମ ରହିଛି। ଦଳ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଗୁରୁ ଦାଇତ୍ବକୁ ନିଷ୍ଠାର ସହ ପାଳନ କରିବି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିବା ସହ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଲ କିଶୋର ପୋଢ ଏବଂ ରାଜ୍ୟ ଓ ଜିଲ୍ଲାର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।





