ଚିକିତ୍ସା ପାଇଁ ଆଣିଥିବା ଟଙ୍କା-ସୁନା ଓ ରୁପାକୁ ବି ଛାଡିଲେନି ଦୁର୍ବୁତ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ସଦର ମୋହକୁମା ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ରହିଥିବା ଆହାର କେନ୍ଦ୍ର ପରିସରରୁ ଜଣେ ମହିଳା ଙ୍କ ଠାରୁ ଚିକିତ୍ସା ପାଇଁ ଆଣିଥିବା ଟଙ୍କା,ସୁନା ଓ ରୁପାକୁ ଲୁଟ କରିବାକୁ ପୋଛାଇ ନାହାନ୍ତି ଲେଟେରା ମାନେ | ସୂଚନା ମୁତାବକ କାଶୀପୁର ବ୍ଲକ ମାଣ୍ଡିବିଶି ଅଞ୍ଚଳ ଜଣେ ମହିଳା ରୂପବତୀ ଗୌଡ଼ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟ କୁ ନିଜ ସ୍ୱାମୀ ଙ୍କ ଚିକିତ୍ସା ପାଇଁ ଆଣିଥିଲେ | ସ୍ୱାମୀଙ୍କ ଚିକିତ୍ସା ଓ ପରୀକ୍ଷା ସାରି ଦୁହେଁ ଆହାର କେନ୍ଦ୍ର କୁ ଖାଇବାକୁ ଯାଇଥିଲେ ସେତିକି ବେଳେ ଟଙ୍କା ମୁଣି ତଳେ ପଡ଼ି ଯିବାରୁ କେହି ଲୁଟେରା ମାନେ ଲୁଟ କରି ନେଇଗଲେ | ଏହି ଟଙ୍କା, ସୁନା ଓ ରୁପା କୁ ନିଜ ସ୍ୱାମୀଙ୍କ ଔଷଧ କିଣିବା ପାଇଁ ଆଣିଥିବା ରୂପବତୀ କହୁଥିବା ବେଳେ ତାହା ବର୍ତ୍ତମାନ ଲୁଟ ହୋଇଗଲା | ଏହା ପରେ ହାତରେ କିଛି ନ ଥାଇ ଟାଉନ ଥାନାରେ ରିପୋର୍ଟ ଦେବାରୁ ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ କରୁଥିବା ସହ ଉଭୟ ଦମ୍ପତିଙ୍କୁ ନିଜ ଗନ୍ତବ୍ୟ ସ୍ଥଳି ମାଣ୍ଡିବିଶିକୁ ପଠାଇଥିବା ସୂଚନା ଆସିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.