କଳାହାଣ୍ଡି ଲେଖିକା ସଂଘର ପ୍ରଥମ ସଭାପତି ଚାରୁଲତା ମହାନ୍ତିଙ୍କ ବିୟୋଗରେ ଶୋକସଭା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଲେଖିକା ସଂଘ ର ପ୍ରଥମ ସଭାପତି ଚାରୁଲତା ମହାନ୍ତି ୩୧-୮ -୨୦୨୬ ସନ୍ଧ୍ଯା ଘ: ସମୟରେ ପରଲୋକ ହୋଇ ଥିଲା। ସନ୍ଧ୍ଯା ୬ଘ:ସମୟରେ କଳାହାଣ୍ଡି ଲେଖିକା ସଂଘର ଅନଲାଇନ୍ ମାଧ୍ୟମରେ ସ୍ବର୍ଗତଃ ଚାରୁଲତା ମହାନ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟିକୁ ସଭାପତି ସୁଦେଷ୍ଣା ପଣ୍ଡା ପରିଚାଳନା କରିଥିଲେ। ସଂଘ ପକ୍ଷରୁ ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ମିଳିତ ଭାବରେ ଅମର ଆତ୍ମା ର ସଦଗତି କାମନା ପାଇଁ ସାମୁହିକ ମ୍ରୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇଥିଲା। ସେ ଜଣେ ସମାଜସେବୀ ସହ ବିଶିଷ୍ଟ ସାହିତ୍ୟିକା ଭାବରେ ପରିଚିତ ଥିଲେ। ଚାରୁଲତା ମହାନ୍ତି ଙ୍କ ନେତୃତ୍ବ ରେ କଳାହାଣ୍ଡି ଲେଖିକା ସଂଘ ର ମୂଳ ଦୁଆ ପଡିଥିଲା କଳାହାଣ୍ଡି ଲେଖିକା ସଂଘ କୁ ପ୍ରତିଷ୍ଠିତ କରାଇବା ରେ ତାଙ୍କର ଅତୁଳନୀୟ ଅବଦାନ ଚିରଦିନ ପାଇଁ କଳାହାଣ୍ଡି ଲେଖିକା ସଂଘ ର ଇତିହାସ ରେ ଲିପିବଦ୍ଧ ହୋଇ ରହିବ। ସେ ପ୍ରତିଷ୍ଠାତ୍ରୀ ପ୍ରଥମ ସଭାପତି ଭାବରେ କଳାହାଣ୍ଡି ଲେଖିକା ସଂଘ ର ଉନ୍ନତି ପାଇଁ ଅଦମ୍ୟ ଉଦ୍ୟମ ତଥା ସଂଘର୍ଷ କରି ଥିଲେ।କାର୍ଯ୍ୟକ୍ରମ ର ଶେଷ ଭାଗରେ ସମ୍ପାଦିକା କଳ୍ପନା ରଥ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିବା ସହ ପୂର୍ବ ତନ ସଭାପତି ଙ୍କ ଆବର୍ତ୍ତ ମାନରେ ଶୋକ ବ୍ଯକ୍ତ ପୂର୍ବକ ସ୍ମୁତି ଚାରଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.