ଓଡ଼ିଆ ବାର୍ତ୍ତା/ ବୋଡେ଼ନ (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ତିଲେମାଲ୍ ଗାଁର ନୀଳକଣ୍ଠ ହଂସଙ୍କ ଦୁଇ କୁନି ଝିଅ ଯଶୋଦା ଓ ଗୁପ୍ତେଶ୍ୱରୀ ଗ୍ରାମ ନିକଟସ୍ଥ ଦର୍ଲିବନ୍ଧକୁ ଗାଧୋଇବା ପାଇଁ ଯାଇ ଆଉ ଫେଇ ନଥିଲେ। ସେମାନେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡିଛି। ଦୁଇ କୁନି ଝିଅଙ୍କ ମୃତ୍ୟୁ ଘଟଣା ଖବର ପ୍ରସାରିତ ହେବା ପରେ ଗ୍ରାମ ପୋଖରୀ ନିକଟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଶବ ଦୁଇଟିକୁ ଜବତ କରିଛନ୍ତି। ପରିବାରଙ୍କୁ ଆର୍ଥିକ ସହଯୋଗ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।





