ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନିଶାଣପୁର ଗ୍ରାମ ପଞ୍ଚାୟତର ଧାମନଖୁଣ୍ଟା ଖଏରଭାଡି ର ପ୍ରାଥମିକ ବିଦ୍ୟାଳୟର ଟାଇଲ କାମକୁ ନେଇ ଚାଲିଛି ଶୀତଳ ଯୁଦ୍ଧ। ସ୍ଥାନୀୟ ୱାର୍ଡ ସଭ୍ୟ କାର୍ତ୍ତିକ ପଧାନ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟରେ ବାଧକ ସାଜୁଥିବା ନେଇ କାମ କରୁଥିବା ଦୁଇ ଠିକାଦାର ପୂର୍ଣ୍ଣଚନ୍ଦ୍ର ରଣା ଓ ଜ୍ୟୋତିଶ ପଧାନ ନର୍ଲା ଥାନାରେ ଗତ ୨ ନଭେମ୍ବର ଦିନ ୱାର୍ଡ ସଭ୍ୟ କାର୍ତ୍ତିକ କାମ ବନ୍ଦ ପାଇଁ ଧମକ ଚମକ ଦେବା ଓ ୧୫,୦୦୦ ଟଙ୍କା ମାଗୁଥିବା ନେଇ ତାଙ୍କ ନାମରେ ଏତେଲା ଦେଇଥିବା ଜଣାପଡିଛି। ସର୍ବଶିକ୍ଷା ଅଭିଯାନ ଯୋଜନାରେ ଆସିଥିବା ଏହି ୧,୫୦,୦୦୦ ଟଙ୍କାର ପାଣ୍ଠି ନିଶାଣପୁର ଗ୍ରାମ ପଞ୍ଚାୟତର ସରପଞ୍ଚ କୌଶଲ୍ୟା କରୁଆଁ ଓ ତାଙ୍କ ପ୍ରତିନିଧି ମନୋଜ କରୁଆଁ, ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖଙ୍କ ସହମତିରେ ଏହି ବିଦ୍ୟାଳୟର ଟାଇଲ କାମ ଆରମ୍ଭ କରାଯାଇଥିଲା। ବିଦ୍ୟାଳୟର ଦୁଇ ଶ୍ରେଣୀ କୋଠାରୀ ଚଟାଣ ଫାଟି ଆଁ କରିଥିଲା। ଭିତରେ ସାପ, ବିଛା ରହୁଥିଲେ। ଛାତ୍ର ଛାତ୍ରୀ ଙ୍କ ଜୀବନ ପ୍ରତି ଭୟ ରହୁଥିଲା। ବିଦ୍ୟାଳୟର ଦୁଇଗୋଟି କୋଠରୀ ରେ ଏହି ଟାଇଲ କାମ ହେବାକୁ ରହିଥିବା ହେତୁ ଉକ୍ତ ଦୁଇଗୋଟି କୋଠରୀର ଚଟାଣକୁ ଲେବର ଲଗେଇ ଖୋଳା ଖୋଳି କରି, ସାଇଟରେ ବାଲି ସିମେଣ୍ଟ ଗଦେଇ କାମ ଚାଲିଥିବା ବେଳେ ୱାର୍ଡ ସଦସ୍ୟ କାର୍ତ୍ତିକ ପଧାନ ଆସି ମୋତେ ୧୫,୦୦୦ ଟଙ୍କା ଦିଅ ନହେଲେ କାମ କରେଇ ଦେବିନାହିଁ ବୋଲି କହିବା ସହିତ ଅଶ୍ଲିଳ ଭାଷା ପ୍ରୟୋଗ କରି ଠିକାଦାର ପୂର୍ଣ୍ଣଚନ୍ଦ୍ର ରଣାକୁ ଗାଳି ଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏବେ ଉକ୍ତ କାମ ପାଇଁ ଦୁଇ ଠିକାଦାର ୬,୦୦୦ ରୁ ଉର୍ଦ୍ଧ୍ୱ ଟଙ୍କା ସାରି କାମ ଆରମ୍ଭ କରି ସାରିଥିବା ବେଳେ ଜଣେ ଲୋକ ପ୍ରତିନିଧି ହୋଇ କାର୍ତ୍ତିକ ପଧାନ ଠିକାଦାର ପୂର୍ଣ୍ଣଚନ୍ଦ୍ର ରଣାଙ୍କୁ ଧମକ ଚମକ ଦେବା ମହାଙ୍ଗା ପଡିଛି। ବିଦ୍ୟାଳୟର ଏହି ବିକାଶ କାର୍ଯ୍ୟକୁ ଅଟକାଇବା, ଠିକାଦାରଙ୍କୁ ୧୫,୦୦୦ ଟଙ୍କା ମାଗିବା ଭଳି ଘଟଣାକୁ ଲୋକ ପ୍ରତିନିଧି ଙ୍କ “ଦବଙ୍ଗଗିରି” ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଅନ୍ୟପକ୍ଷେ ଏ ବିଷୟରେ ସମ୍ପୃକ୍ତ ୱାର୍ଡ ମେମ୍ବର କାର୍ତ୍ତିକଙ୍କୁ ପଚାରିବାରୁ ଏସବୁ ମିଛକଥା। ମୁଁ କେବଳ ସ୍କୁଲ କମିଟି ଏକାମ କରିବା କଥା, କିମ୍ବା ଅଭିଭାବକ କରିବା କଥା ବୋଲି କହିଲି । ସେହିଭଳି ନିଶାଣପୁର ସରପଞ୍ଚ କୌଶଲ୍ୟା କରୁଆଁଙ୍କ ପ୍ରତିନିଧି ମନୋଜ କରୁଆଁଙ୍କୁ ପଚାରିବାରୁ ଏଇଟା ତ ଆମ ଗ୍ରାମ ପଞ୍ଚାୟତର ପାଣ୍ଠି ନୁହଁ। ଏଇଟା ସର୍ବ ଶିକ୍ଷା ଅଭିଯାନର ପାଣ୍ଠି। ଏଣୁ ଏହି ଫଣ୍ଡ ଉପରେ ଆମର କାହାର କିଛି ଅଧିକାର ନାହିଁ ବୋଲି ତାଙ୍କ ମତାମତ ଦେଇଥିଲେ। ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ନର୍ଲା ଥାନାରେ ଏହି ବିଷୟ ନେଇ ଲିଖିତ ଅଭିଯୋଗ ହୋଇଥିବା ବେଳେ ଅଦ୍ୟାବଧି ତଦନ୍ତ ଆଗେଇ ନାହିଁ। ହେଲେ ଦେଖାଯାଉ ଲୋକ ପ୍ରତିନିଧିଙ୍କ “ଦବଙ୍ଗଗିରି” କୁ ପୋଲିସ ପ୍ରଶାସନ କିଭଳି ଭାବରେ ଦଣ୍ଡ ବିଧାନ କରି ଅଭିଯୋଗ କାରୀଙ୍କୁ ନ୍ୟାୟ ପ୍ରଦାନ କରୁଛି?





