ଗୁଣପୁରରେ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତି ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ଗୁଣପୁର ଆଦିବାସୀ ପଡ଼ିଆରେ ମୁଣ୍ଡା ସମାଜ ତରଫରୁ ଧର୍ତି ଆବା ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ରବିବାର ସକାଳ ୧୦ଘଣ୍ଟା ସମୟରେ ମୁଣ୍ଡା ସମାଜ ଦେବୀ ପୀଠରୁ ପୂଜାର୍ଚ୍ଚନା ପରେ ଗ୍ରାମ ପରିକ୍ରମା କରି ସଭାସ୍ଥଳି ପର୍ଯ୍ୟନ୍ତ ପାରମ୍ପରିକ ବାଦ୍ୟ ସହ ମଶାଲ ଯାତ୍ରା କରାଯାଇଥିଲା। ଗୁଣପୁର ଆଦିବାସୀ ପଡ଼ିଆରେ ମଶାଲ ସ୍ଥାପନ ପରେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋ ଚିତ୍ରରେ ମୁଣ୍ଡାରୀ ଭାଷାରେ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ତଥା ନର୍ଲା ଜିଲ୍ଲାପରିଷଦ ହରିଶଙ୍କର ମାଝୀ, ସମ୍ମାନିତ ଅତିଥି ଭାବରେ ମୁଣ୍ଡା ସମାଜ କଳାହାଣ୍ଡି ଜିଲ୍ଲା ସଭାପତି ଫକୀର ମୁଣ୍ଡା, ଅବସର ପ୍ରାପ୍ତଶିକ୍ଷକ ଉଦେନାଥ ମୁଣ୍ଡା, ଶିକ୍ଷକ ଲୋକନାଥ କରୁଆଁ, ନାଗରିକ ବିକାଶ ସଙ୍ଗଠନର ବାବୁଲାଲ ତାଣ୍ଡି, ମୁଣ୍ଡା ସମାଜର ଯୁବ ସଂଗଠକ ଡିଙ୍ଗର ମୁଣ୍ଡା ଓ ଗଣେଶ ମୁଣ୍ଡା ପ୍ରମୂଖ ମଞ୍ଚାସିନ ରହି ଭଗବାନ ବିର୍ସା ମୁଣ୍ଡାଙ୍କ ଜିବନୀ ଏବଂ ତାଙ୍କ ବୀରତ୍ୱର ଗାଥା ଉପରେ ଆଲୋକପାତ କରିଥିଲେ। ଶିକ୍ଷାବିତ୍ କ୍ଷିତିଶ ଚନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରି ଅମର ଶହୀଦ ବିର୍ସା ମୁଣ୍ଡା ଉପରେ ସ୍ଵ ଲିଖିତ ସୁନ୍ଦର କବିତା ପଠନ କରିଥିଲେ। ମୁଣ୍ଡା ସମାଜର ମୁଣ୍ଡାରୀ ଭାଷା କିପରି ବଞ୍ଚି ପାରିବ ସେ ଉପରେ ଜିଲ୍ଲା ସଭାପତି ଫକୀର ମୁଣ୍ଡା ମତ ବ୍ୟକ୍ତ କରିଥିଲେ। ମୁଣ୍ଡା ସମାଜର ବରିଷ୍ଠ ସଦସ୍ୟ ସଦସ୍ୟାମାନେ ମୁଣ୍ଡାରୀ ଭାଷାରେ ବିଭିନ୍ନ ଗୀତ ଗୁଡିକ ଗାଇଥିବା ବେଳେ ଛୋଟ ଛୋଟ ପୁଅ ଝିଅ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଡିଙ୍ଗର ମୁଣ୍ଡା ଧନ୍ଯବାଦ ଅର୍ପଣ କରିଥିଲେ। ଘନ ମୁଣ୍ଡା, ମହେନ୍ଦ୍ର ମୁଣ୍ଡା, ଜୀବନ ମୁଣ୍ଡା, ପିତାମ ମୁଣ୍ଡା, ଗୋପନ ମୁଣ୍ଡା, ହରେଶ୍ୱର ମୁଣ୍ଡା, ଦିଲ୍ଲୀପ ମୁଣ୍ଡା, ପିଣ୍ଟୁ ମୁଣ୍ଡା, ନରେଶ ମୁଣ୍ଡା, ମଞ୍ଜୁରୀ ମୁଣ୍ଡା, ପ୍ରଭାସିନୀ ମୁଣ୍ଡା ଶଶି ମୁଣ୍ଡା, ଜୟନ୍ତୀ ମୁଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.