ଐଶ୍ୱର୍ଯ୍ୟା ପ୍ରଧାନଙ୍କ କବିତା : ଧର୍ମର ନିଆଁରେ ଜଳି ଯାଇଥିବା କଢ଼ି

ମୁଁ ଯେ କଢିଟିଏ ଥିଲି
ଦୁନିଆଁ କଣ ଜାଣି ନଥିଲି
ସୁଖ, ଦୁଃଖ, ଜାତି, ଧର୍ମର ଭେଦଭାବ କିଛି ଜାଣି ନଥିଲି 

Omkar Vasthu
Omkar Vasthu

ମୁକ୍ତ ଏକ ବିହଂଗ ପରି ସବୁଆଡେ ବୁଲୁଥିଲି
କଶ୍ମୀର ମୋ ଜନ୍ମଭୂମି, ଭାରତ ମୋ
ଦେଶ ବୋଲି ମନେମନେ ଭାବୁଥିଲି

Pearl dental clinic
Near Ashish Medical Store, Bhawanipatna

ବୁଲୁବୁଲୁ ଦିନେ ମୁହିଁ ରାକ୍ଷସଂକ ହାବୁଡରେ ପଡିଗଲି
ମୋତେ ଛାଡିଦିଅ ବୋଲି କେତେ ମିନତୀ ମୁଁ କରିଥିଲି
ହେଲେ କେହି ଶୁଣିଲେନି ମୋ କଥା
ସେତେବେ ମୁ କେତେ ନିଃସହାୟ ହୋଇ ପଡିଥିଲି

Udyog Nursery
Udyogi Nursery

ନର ରୂପୀ ରାକ୍ଷସମାନେ ବାସନାର ନିଆଁରେ
ମୋ କଅଁଳ ଶରୀରକୁ ଖିନ୍ ଭିନ୍ କରିଗଲେ
ସେତେବେଳେ କେତେ ଚିତ୍କାର ଯେ ମୁଁ କରିଥିଲି

ସେତିକିରେ ବି ଶାନ୍ତ ହେଲାନି ସେମାନଂକ ମନ
ସବୁଦିନ ପାଇଁ ମୋତେ ମୃତ୍ଯୁର ଶଯ୍ୟାରେ ଶୁଆଇ ଦେଲେ
ଦୁନିଆଁ କଣ ଜାଣିବା ଆଗରୁ ମୃତ୍ଯୁର ଶେଜରେ ଶୋଇଗଲି

ମୋ ପାଇଁ ସାରା ଦେଶ କାନ୍ଦୁଛି
କିନ୍ତୁ ମୁଁ ଆଉ ଫେରିବିନି
ଶରଣାର୍ଥୀ କଣ ମୁଁ କଣ ବୁଝିଥିଲି
ହିନ୍ଦୁ ଆଉ ମୁସଲମାନ ଭିନ୍ନଭିନ୍ନ ବୋଲି ମୁଁ କଣ ଜାଣିଥିଲି
ସେଇ ଦୁଇ ଧର୍ମର ନିଆଁରେ ମୁଁ ଜଳିଗଲି

ଆଜି ସେପାରିରେ ଥାଇ ମୁଁ ପ୍ରାର୍ଥନା କରୁଛି
ହେ ମଣିଷ ସମାଜ, ବୁଝିଯାଅ ହିନ୍ଦୁ ମୁସଲମାନ ଏକ ବୋଲି
ଏହା ମଣିଷ ତିଆରି କରିଥିବା ସୀମାରେଖା
ଭଗବାନଂକ ତିଆରି ନୁହଁ ବୋଲି
ସାବଧାନ ହୋଇଯାଅ , ନହେଲେ
ପୁଣି କେତେ ଯେ ଆସିଫା ବଳି ପଡିବେ ଧର୍ମର ନିଆଁରେ
ଆଉ କେତେ ଖେଳିବ ଧର୍ମର ନାଆଁରେ ରକ୍ତର ହୋଲି!

କଣ୍ଢେଇମାଲ, ଉତ୍କେଲା, କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.