ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କାଳ ବୈଶାଖୀ ପ୍ରହାରରେ ସ୍ଥାନେ ସ୍ଥାନେ ଗଛ ଡାଳ ଭାଙ୍ଗି ଯାଇଛି। ନର୍ଲା ଅଗ୍ନୀଶମ ଵିଭାଗ ତତ୍ପରତା ଦେଖାଇ ଗଛ ଡାଳ କାଟି ରାସ୍ତା ସଫା କରିଛନ୍ତି। ବୁଧବାର ସନ୍ଧ୍ୟା ୬.୩୦ ସମୟରେ କେସିଙ୍ଗା ପଟୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଖୁବ ଯୋରରେ ପବନ ବୋହି ଗଛ ଡାଳ ମୋଡ଼ି ପକାଇଥିଲା। ଏହାପରେ ବର୍ଷା ସାଙ୍ଗକୁ କୁଆ ପଥର ମଧ୍ୟ ପଡିଥିଲା। ହେଲେ କୁଆ ପଥର ବର୍ଷା ଅଳ୍ପ କେଇ ସେକେଣ୍ଡ ଧରି ହୋଇଥିଲା। ସନ୍ଧ୍ୟା ସମୟରେ ନର୍ଲା ସହର ବ୍ୟସ୍ତ ବହୁଳ ରହିଥିବା ବେଳେ ଅଚାନକ କଳାହାଣ୍ଡିଆ ମେଘ ଓ ତୁଫାନ ଦେଖି ଲୋକେ ଧାଁ ଦୌଡ କରି ଥିବା ଦେଖିବାକୁ ମିଳିଥିଲା। ପ୍ରବଳ ରୌଦ୍ର ତାପରୁ ଆଶ୍ୱସ୍ତି ମିଳିଲା ହେଲେ କାଳ ବୈଶାଖୀ ଚଳିତ ବର୍ଷ ନର୍ଲାରେ ପ୍ରଥମ କରି ତାର କରାଳ ରୂପ ଦେଖାଇଲା।





