ବିନାୟକ ଦାମୋଦର ସାବରକର ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ମୋ ଭାରତ ଶାଖା ନେତୃତ୍ୱରେ ଆଜି କର୍ଲାମୁଣ୍ଡା ବ୍ଲକ ଅବୁଝବାହାଲ ଜନମଙ୍ଗଳ ଯୁବ ସଂଘଠନ ପକ୍ଷରୁ ବିନାୟକ ଦାମୋଦର ସାବରକର ଜୟନ୍ତୀ ପାଳିତ ହୋଇଛି। ପ୍ରଥମେ ସାବରକରଙ୍କ ପ୍ରତିଛବି ନିକଟରେ  ଦୀପ ପ୍ରଜ୍ଜ୍ୟଳନ କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସାବରକାର ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଓକିଲ, କବି, ଲେଖକ ଓ ନାଟ୍ୟକାର ଥିବା ସହ ହିନ୍ଦୁ ରାଷ୍ଟ୍ର ଗଠନ କରିବାରେ ତାଙ୍କ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ଅତିଥି ମନେ ମତବକ୍ତ୍ୟ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ମହାବିଦ୍ୟାଳୟ ରିସିଡାର ଇତିହାସ ଅଧ୍ୟାପକ ଶରତ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ପିତାମ୍ବର ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ ଉପସ୍ଥିତ ଥିବାବେଳେ ଜନମଙ୍ଗଳ ଯୁବ ସଂଘଠନର ସଭାପତି ଓମପ୍ରକାଶ ସାହୁ, ସମ୍ପାଦକ ରାଜ ବିଶ୍ବାଳ, ଅନ୍ତର୍ଯ୍ୟାମୀ ଚନ୍ଦନ, ହରଶ ସାହୁ, ଆଲୋକ ପଧାନ, ବିକାଶ ସାହୁ, ପ୍ରସନ୍ତ ମାଝୀ, ନେତ୍ରମଣୀ ଚନ୍ଦନ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.