ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ୱାର୍ଡ ନଂ ୭ ର ପୁରୁଣା ପୋଷ୍ଟ ଅଫିସ ସାହିର ବାସିନ୍ଦା ବାଇନାଥ ସାହୁଙ୍କ ସାନପୁଅ ମୁକେଶ (୩୦) ଙ୍କ  ମୃତଦେହ ଭୁତ ସରସିଙ୍ଗିପଞ୍ଚାୟତର କଇଠଡା ଗାଁ ବଣରେ ଠାବ ହୋଇଛି। ସୂଚନା ଅନୁସାରେ ମୁକେଶ ସନ୍ଧ୍ୟାରେ ନିଜ ସ୍କୁଟି ଯୋଗେ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଅନ୍ୟ ଦୁଇଭାଇ ଏବିଷୟରେ ପୋଲିସକୁ ଖବର ଦେଇଥିଲେ। ଏହାର କିଛି ସମୟ ପରେ ଜଣେ ବ୍ୟକ୍ତି ତାଙ୍କ ସ୍କୁଟିଟି ରାସ୍ତା ଉପରେ ରହି ଥିବାର ଖବର ଦେବାରୁ ପୋଲିସ ସହିତ ଦୁଇଭାଇ ସେହି ବଣ ରାସ୍ତାକୁ ଯାଇ ବହୁତ ଖୋଜା ଖୋଜି କରିଥିଲେ। ତେବେ ରାତ୍ରର ଅନ୍ଧାର ଯୋଗୁଁ ତାଙ୍କୁ ବଣ ମଧ୍ୟରେ ଖୋଜିବା ସମ୍ଭବ ହୋଇନଥିଲା। ତେବେ ତା ପରଦିନ ପୋଲିସ ଓ ଘରଲୋକ ସେହି ସ୍ଥାନରେ ଖୋଜା ଖୋଳି ପରେ ଗୋଟିଏ ଗଛରେ ସେ ଆତ୍ମହତ୍ୟା କରିଥିବାର ଦେଖି ଗଛରୁ ଶବକୁ ତଳକୁ ଓହ୍ଲାଇ ଶବ ଜବତ ସହ ପୁରୁଷୋତ୍ତମପୁର ମେଡିକାଲ କୁ ପଠାଇ ଥିଲେ। ଡକ୍ଟର ମେଡିକାଲ ରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୁକେଶ ର ଭାଇ ରାକେଶ ଙ୍କ ଏତଲା ଅନୁସାରେ ଏକ ଅପମୃତ୍ୟୁ ମାମଲା କେଶ ନଂ ୧୨/୨୬ ରୁଜୁ କରି ପୋଷ୍ଟମଟମପାଇଁ ପଠାଇ ଥିବାର ତଦନ୍ତ କାରୀ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଶବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି। ତେବେ ମୁକେଶଙ୍କ ବାପା ତିନି ପୁଅ ପାଇଁ ତିନିଗୋଟି ଦୋକାନ କରି ଦେଇଥିଲେ ଏବଂ ନିଜେ ପାନ ଦୋକାନରେ ବସି ବ୍ୟବସାୟ କରୁଥିଲେ। ପାନ ଦୋକାନ ସହ ତିନି ଭାଇଙ୍କ ଦୋକାନ ବି ଭଲ ଚାଲୁଥିଲା ଏବଂ ଲୋକଙ୍କ ସହ ସମସ୍ତଙ୍କ ଭଲ ସମ୍ପର୍କ ରହିଥିଲା। ଆର୍ଥିକ ଅବସ୍ଥା ବି ଭଲ ଥିଲା। ତେବେକେଉଁ କାରଣ ଯୋଗୁଁ ମୁକେଶ ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ ଜଣେ ଯୁବ ବ୍ୟବସାୟୀଙ୍କ ଏହି ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.