ଜାତୀୟ ସ୍ତରରେ ପ୍ରତିଭା ଆଣିଲେ ପଲମା ବିଦ୍ୟାଳୟର କନିଷ୍ଠ ବାଳିକାମାନେ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ବିଦ୍ୟାଳୟରେ ଅଧ୍ୟୟନ ରତ ଖେଳାଳି ମାନେ ବିଲାମାଳ ଗ୍ରାମ ର ମୌସୁମୀ ମାଝି,ଅଡୁଗୁଡା ଗ୍ରାମ ର ନିକିତା ମାଣ୍ଡିକା ଓ ଗୌଡ଼ ଖିଲମ ଗ୍ରାମର ସ୍ୱପ୍ନା ହୁଇକା ମଧ୍ୟପ୍ରଦେଶ ଇନ୍ଦର ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଥ୍ରୋ ବଲ କନିଷ୍ଠ ବାଳିକା ବିଭାଗ ରେ ନିଜ ଦଳ ପାଇଁ ପ୍ରତିଭା ଦେଖାଇ ବ୍ରଞ୍ଚ ପଦକ ସହ ଆଜି ନିଜ ମାଟି କୁ ଫେରିଛନ୍ତି | ସେମାନେ ଗତ ୧୮ ତାରିଖ ଦିନ ଇନ୍ଦର କୁ ଓଡିଶା ଟିମ ସହ ଯାତ୍ରା କରିଥିଲେ ସେଠାରେ ୨୧,୨୨,୨୩ ପର୍ଯ୍ୟାୟ କ୍ରମେ ତିନି ଦିନ ଧରି ଏହି କନିଷ୍ଠ ବାଳିକା ବିଭାଗର ଥ୍ରୋ ବଲ ଖେଳି ପ୍ରତିଭା ର ସହ ଫେରିଥିବା ରୁ ବିଦ୍ୟାଳୟର ଖେଳପ୍ରଶିକ୍ଷକ ବାବୁଲା ମେଲାକା କହିଛନ୍ତି କି ଏହି ଛାତ୍ରୀ ମାନେ ଦୀର୍ଘ ଦିନରୁ ଅଭ୍ୟାସର ଫଳରେ ଏହି ଅପୂର୍ଵ ସଫଳତା ପାଇଛନ୍ତି | ସେ ମାନେ ରାୟଗଡା ରେ ପହଂଚିବା ରୁ ଶିକ୍ଷକ ମେଲାକା ଙ୍କ ସହ ଚନ୍ଦ୍ରଶେଖର ଓ ଅନ୍ୟମାନେ ପହଂଚି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.