ନର୍ଲା ଏନଏସିରେ ରନ୍ଧନ ଗ୍ୟାସ ସମସ୍ୟା

ସହରାଞ୍ଚଳ ହୋଇଥିଲେ ମଧ୍ୟ ୨୫ ଦିନ ବଦଳରେ ରହିଛି ୪୫ ଦିନ ପୁନଃ ବୁକିଙ୍ଗ ସମୟ ଅବଧି

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଏନଏସି ଘୋଷିତ ହୋଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଉପଭୋକ୍ତା ରନ୍ଧନ ଗ୍ୟାସ ବୁକିଂ କରିବା ପାଇଁ ୪୫ ଦିନ ଅର୍ଥାତ ଦେଢ ମାସ ସମୟ ଅବଧି ଲାଗୁଛି। ରନ୍ଧନ ଗ୍ୟାସ ସହରାଞ୍ଚଳ ପାଇଁ ୨୫ ଦିନ ଓ ଗ୍ରାମାଞ୍ଚଳ ପାଇଁ ୪୫ ଦିନ ପରେ ପୁନଃ ବୁକିଂ କରି ପାରିବେ ଉପଭୋକ୍ତା ବୋଲି ସମୟ ଅବଧି ରଖା ଯାଇଛି। ଏହା ଆଗରୁ ବୁକିଙ୍ଗ କଲେ କମ୍ପ୍ୟୁଟର ଗ୍ରହଣ କରୁନି। ଏହି ନୂତନ ଏନଏସି ଘୋଷଣା ହୋଇ ସାରି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ନର୍ଲା ଓ ସର୍ଗିଗୁଡାକୁ ଏବେ ମଧ୍ୟ୍ୟ ସହରାଞ୍ଚଳ ବଦଳରେ ଗ୍ରାମାଞ୍ଚଳରେ ଗଣନା କରି ପୁନଃ ରନ୍ଧନ ଗ୍ୟାସ ବୁକିଂକୁ ପୂର୍ବ ଭଳି ୪୫ ଦିନ ସମୟ ଅବଧିରେ ସ୍ଥିର ରଖାଯାଇଥିବା ଜଣା ପଡିଛି। ଯଦି ଏନଏସିକୁ ସହରାଞ୍ଚଳରେ ଗ୍ରହଣ କରୁ ନାହାନ୍ତି ଗ୍ୟାସ ବୁକିଙ୍ଗ କତ୍ତ୍ରୁପକ୍ଷ ତାହେଲେ ଆଉ କେଉଁ ନୀତିକୁ ଗ୍ରହଣ କରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନର୍ଲାରେ ଏହି ନିୟମ ବଳବତ୍ତର ରହିଥିବାରୁ ରନ୍ଧନ ଗ୍ୟାସ ସରିଗଲେ ଉପଭୋକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାବୁ ମିଳୁଛି। ଆଗରୁ ଲୋକ ୧୫ ଦିନକୁ ଥରେ ପୁନଃ ଗ୍ୟାସ ବୁକିଙ୍ଗ କରି ପାରୁଥିଲେ। ବଡ ପରିବାର ମାନଙ୍କୁ ୧୫ ରୁ ୨୦ ଦିନ ଯାଉଛି ଗୋଟିଏ ଘରୋଇ ସିଲିଣ୍ଡର। ଏଣୁ ରନ୍ଧନ ଗ୍ୟାସ ଅଭାବରେ ନର୍ଲା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକ ସେହଭଳି ପରିସ୍ଥିତି ଯୋଗୁଁ ନର୍ଲାରେ ହୋଟେଲ୍ ଓ ଜଳଖିଆ ଦୋକାନ ପ୍ରାୟତଃ ବନ୍ଦ ହୋଇ ଯାଇଛି। କିରୋସିନି ଆଗଭଳି ଉପଲବ୍ଧ ନାହିଁ। ଏବେ ଲୋକେ କାଠ ଓ ବିଦ୍ୟୁତ ଚୁଲା ଇଣ୍ଡଡକସନର ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ଇଣ୍ଡଡକସନ ର ବହୁଳ ବ୍ଯବହାର ଫଳରେ ଅଞ୍ଚଳରେ ଲୋ ଭୋଲଟେଜ ସମସ୍ୟା ଦାଉ ସାଧୁଛି। ନର୍ଲାରେ ୨୫ ଦିନରେ ଗ୍ୟାସ ପୁନଃ ବୁକିଙ୍ଗ ପ୍ରକ୍ରିୟା କିଭଳି ଲାଗୁ ହୋଇ ପାରିବ ସେଥିପ୍ରତି ନର୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କତୃପକ୍ଷ ଓ ନିର୍ବାଚିତ ଜନ ପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.