ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆସନ୍ତା ଜୁନ ୭ ତାରିଖ ରବିବାର ଦିନ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରବିନାରାୟଣ ପଟ୍ଟନାୟକ ଯୁବ ପ୍ରତିଭା ସମ୍ମାନ ୨୦୨୬ ରେ ସମ୍ମାନିତ ହେବେ । ଶ୍ରୀ ପଟ୍ଟନାୟକ ବିଭିନ୍ନ ଦୈନିକ ଖବର କାଗଜରେ ଆଲେଖ୍ୟ ଲେଖିବା ପାଇଁ ବେଶ୍ ପରିଚିତ ଏହା ସହିତ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି । ତାଙ୍କ ଲିଖିତ ପୁସ୍ତକ ହଜି ଗଲାଣି ଆଈ ମାଆ କାହାଣୀ ମଧ୍ୟ ବହୁତ୍ ଲୋକ ପ୍ରିୟତା ପାଇଛି । ନିଜେ ରକ୍ତଦାନ କରିବା ଓ ବୃକ୍ଷ ରୋପଣ କରିବା ପାଇଁ ମଧ୍ୟ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଏଥିପାଇଁ ସେ ବେଶ୍ ପ୍ରଶଂସା ପାଇଛନ୍ତି ଏଥି ସହ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଆଗରୁ ମଧ୍ୟ ସମ୍ମାନିତ କରାଯାଇଛି । ସେଥି ମଧ୍ୟରୁ ଟାଇମ୍ସ ୱର୍ନ ସେବା ସମ୍ମାନ ୨୦୨୩, ଜୟଦୂର୍ଗା ଫାଉଣ୍ଡେସନ ସମ୍ମାନ, ଉତ୍ସର୍ଗ କଲ୍ୟାଣ ସେବା ସମ୍ମାନ ୨୦୨୪, ପ୍ରଗତିବାଦୀ ପକ୍ଷରୁ ସୃଜନୀ କାର୍ଯ୍ୟକ୍ରମ ସମ୍ମାନିତ, ସୌଦାମିନୀ ପତ୍ରିକା ତରଫରୁ ସାରସ୍ଵତ ସମ୍ମାନ, ପ୍ରେରଣା ଫାଉଣ୍ଡେସନ ପକ୍ଷରୁ ପ୍ରେରଣା ସେବା ସମ୍ମାନ, ଲାଇଫ ସେଭର୍ସ ଗ୍ରୁପ୍ ଟ୍ରଷ୍ଟ ପକ୍ଷରୁ ସେବା ସମ୍ମାନ -୨୦୨୪, ସ୍ୱେଚ୍ଚାସେବୀ ସମ୍ମାନ ୨୦୨୪, ସେବା ମିତ୍ର ସମ୍ମାନ ଇତ୍ୟାଦି ଉଲ୍ଲେଖଯୋଗ୍ୟ ।





