ଶିଶୁ ଗଳ୍ପ : ସିଂହ କେମିତି ହେଲା ଦେବୀ ଦୁର୍ଗାଙ୍କ ବାହନ? 

ଦେବୀ ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ କଠୋର ତପସ୍ୟା କରୁଥିଲେ। ଏହି ସମୟରେ ଏକ ଭୋକିଲା ସିଂହ ଦେବୀଙ୍କୁ ଖାଇବା ଇଚ୍ଛାରେ ସେଠାରେ ଆସି ପହଞ୍ଚିଲା। କିନ୍ତୁ ଦେବୀଙ୍କୁ ଗଭୀର ତପସ୍ୟାରେ ଲୀନ ଥିବାର ଦେଖି ସିଂହଟି ଚୁପଚାପ୍ ସେଠାରେ ବସି ରହିଲା। ସେ ଭାବିଲା, ଯେତେବେଳେ ଦେବୀ ତପସ୍ୟାରୁ ଉଠିବେ, ସେ ତାଙ୍କୁ ନିଜର ଶିକାର ବନାଇବ। ଏହିପରି ଭାବେ ଅନେକ ବର୍ଷ ବିତିଗଲା, ହେଲେ ସିଂହଟି ସେମିତି ଧୈର୍ଯ୍ୟର ସହ ବସି ରହିଲା। ଦେବୀଙ୍କ ସହିତ ସେହି ସିଂହ ମଧ୍ୟ ଏକ ପ୍ରକାର ତପସ୍ୟାରେ ଲୀନ ହୋଇଗଲା। ଶେଷରେ, ଯେତେବେଳେ ଦେବୀ ପାର୍ବତୀ ନିଜ ତପସ୍ୟାରୁ ଜାଗ୍ରତ ହେଲେ, ସେ ଦେଖିଲେ ଯେ ସିଂହଟି ତାଙ୍କ ତପସ୍ୟା ସମୟରୁ ଏତେ ବର୍ଷ ଧରି ଭୋକିଲା ରହି ମଧ୍ୟ ସେଠାରେ ଜଗି ରହିଛି। ସିଂହର ଏହି ଅପୂର୍ବ ଧୈର୍ଯ୍ୟ ଏବଂ ସାଧନା ଦେଖି ଦେବୀ ଅତ୍ୟନ୍ତ ପ୍ରସନ୍ନ ହେଲେ। ମାତା ପାର୍ବତୀ ତାକୁ ଆଶୀର୍ବାଦ ସ୍ୱରୂପ ନିଜର ବାହନ ଭାବେ ଗ୍ରହଣ କଲେ। ସେହି ଦିନଠାରୁ ସିଂହ ଦେବୀ ଦୁର୍ଗାଙ୍କର ବାହନ ପାଲଟିଗଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.