ଓପିଏସସି ପରିକ୍ଷାରେ କୃତକାର୍ଯ୍ୟ ହେଲେ ଲଡୁଗାଁର ସୁନାପୁଅ ଅମନ ଗୋୟଲ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନିକଟରେ ଓଡିଶା ପ୍ରଶାସନିକ ସେବା (ଓପିଏସସି) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁର ଅମନ ଗୋୟଲ ରାଜ୍ୟରେ ୬ଷ୍ଠ ସ୍ଥାନ ଅଧିକାର କରି ଜିଲ୍ଲା ତଥା ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅମନ ଲଡୁଗାଁ ଗ୍ରାମର ସ୍ବର୍ଗତ ରମେଶ ଗୋୟଲ ଓ ଗାୟତ୍ରୀ ଦେବୀଙ୍କ ଦ୍ଵିତୀୟ ସନ୍ତାନ। ଅମନ ରାଜ୍ୟରେ ୬ଷ୍ଠ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି। ଏହି ସଫଳତା ପରେ ଲଡୁଗାଁ ତାଙ୍କୁ ମାରୱାଡି ଯୁବାମଞ୍ଚ, କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.