ରାୟଗଡ,୧୦/୧୨ : ରାୟଗଡରେ ନୂଆ ରେଳବାଇ ଡିଭିିଜନ କାର୍ଯ୍ୟକ୍ଷମ ନିମନ୍ତେ ଭିତିଭୂମି ବିକାଶର କାର୍ଯ୍ୟଗୁଡିକ ତ୍ୱରାନ୍ନିତ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ରେଳବାଇ ଅଧୀନରେ ଥିବା ସହରର ସମସ୍ତ ଜାଗାଗୁଡିକକୁ ନିଜ ଦଖଲରେ ଆଣିବା ପାଇଁ ରେଳବାଇ ପ୍ରଶାସନ ପକ୍ଷରୁ ଜାଗାଗୁଡିକରେ ଜବରଦଖଲ କରି ରହିଥିବା ବାସିନ୍ଦାମାନଙ୍କୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ରାୟଗଡ ପୈାର ପରିଷଦର ୱାର୍ଡ ନମ୍ବର-୧ରେ ରହୁଥିବା ଭିମା ସାହି ବସ୍ତିବାସିନ୍ଦାକୁ ମଧ୍ୟ ଉଚ୍ଛେଦ ପାଇଁ ନୋଟିସ ଦିଆଯାଇଥିବା ବେଳେ ସେମାନଙ୍କୁ ବସ୍ତି ନିକଟରେ ଥିବା ପ୍ଳଟରେ ଥଇଥାନ ପୂର୍ବକ ତାଙ୍କର ବିକାଶ ପ୍ରତି ଦୃଷ୍ଟି ଦେବାକୁ ସୋମବାର ଦିନ ବସ୍ତିବାସିନ୍ଦାମାନେ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ଭିମା ସାହିରେ ରହୁଥିବା ୭୫ଘର ପରିବାର ମଧ୍ୟରୁ ହାଉସ ନମ୍ବର ୧୧ , ୧୨, ୧୩, ୧୪, ୧୫ରେ ରହୁଥିବା ୫ଜଣ ପରିବାରଙ୍କୁ ପ୍ଳଟ ନମ୍ବର ୧୫୦୨ରେ ପୈାର ପରିଷଦ ତରଫରୁ ସର୍ଭେ ଅନୁଯାୟୀ ଜାଗା ମିଶନ ଯୋଜନାରେ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଥିଲା । ତେବେ ଏହି ପ୍ଳଟ ସନ୍ନିକଟ ରେଳବାଇ ଜାଗାରେ ଅବଶିଷ୍ଟ ପରିବାରମାନେ ଦୀର୍ଘ ବର୍ଷ ଧରି ଏଠାରେ ଘର ପରିବାର କରି ରହି ଆସୁଛନ୍ତି । ବିଦ୍ୟୁତ ବିଲ, ପୈାର ପରିଷଦ ଟ୍ୟାକ୍ସ ଆଦି ମଧ୍ୟ ପ୍ରଦାନ କରୁଛନ୍ତି । ସେହିପରି ଏହି ଜାଗାର ଠିକଣାରେ ଭୋଟର କାର୍ଡ ଓ ଆଧାର କାର୍ଡ ମଧ୍ୟ ପାଇଛନ୍ତି । ତଥାପି ରେଳବାଇ ପକ୍ଷରୁ ସେମାନଙ୍କୁ ଉଚ୍ଛେଦ ପାଇଁ ନୋଟିସ ପ୍ରଦାନ କରାଯାଇଥିବା ବେଳେ ବର୍ତମାନ ଥିବା ପ୍ଳଟକୁ ଲାଗି ରହିଥିବା ୧୨୫୨/୩୨୫୮ରେ ଥଇଥାନ କରାଯିବା ପାଇଁ ପୈାର ପରିଷଦ ତରଫରୁ ସ୍ଥାୟୀ ପଟ୍ଟା ଦେବାକୁ ସ୍ଥିର ହୋଇଥିଲା । ତେବେ ଏହି ପ୍ଳଟର ଅବଶିଷ୍ଟ ରହିବା ସ୍ଥଳେ ଓ ତାହାର ପାଶ୍ୱର୍ ପ୍ଳଟ ୧୨୫୨/୧୨୫୩ ପ୍ଳଟରେ ସମସ୍ତ ପରିବାରଙ୍କୁ ଥଇଥାନ ପାଇଁ ସ୍ଥିର କରାଗଲେ ସମସ୍ତ ବସ୍ତିବାସିନ୍ଦା ପୂର୍ବପରି ନିଜର ଜୀବନଜୀବିକା ବଂଚାଇପାରିବେ ବୋଲି ଉଲ୍ଳେଖ କରିଛନ୍ତି । ଏହି ଦାବିପତ୍ର ଜିଲ୍ଳାପାଳଙ୍କ ସମେତ ତହସିଲଦାର, ପୈାର ପରିଷଦ ନିର୍ବାହୀ ଅଧିକାରୀ ଓ ରାୟଗଡ ବିଧାୟକଙ୍କୁ ମଧ୍ୟ ପ୍ରେରଣ କରାଯାଇଥିବା ବସ୍ତିବାସିନ୍ଦା ପ୍ରକାଶ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
__________________________________________