କାଶିପୁର, ୧୦/୧୨ (ହୃଷିକେଶ ସାହୁ) : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ ସର୍ଗଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି କୁଇ ସମାଜର ଅନ୍ୟତମ ମୁଖ୍ୟ ପର୍ବ ଧରଣୀ ପୂଜା ବା ପୁଷପର୍ବ। କାଶିପୁର ବ୍ଲକର ଏହା ହେଉଛି ଏକ ମୂଖ୍ୟ ପର୍ବ। ଏହି ପର୍ବ ପାଇଁ ଗାଁର ସମସ୍ତଙ୍କଠାରୁ ଚାନ୍ଦା ଆଦାୟ କରାଯାଏ। ପର୍ବର ଗୋଟିଏ ଦିନ ଆଗରୁ ଗାଁକୁ ଆମ୍ବ ତୋରଣରେ ସଜାଯାଏ।
ଗାଁରେ ଥିବା ଧରଣୀ (ଗ୍ରାମ ଦେବତୀ) ଠାରେ ଦିସାରୀ,ଜାନୀ, ଗୋଉନ୍ତିଆ ଓ ଗ୍ରାମବାସୀ ମାନେ ଛେଳି, କୁକୁଡ଼ା ଓ ନଡ଼ିଆ ସମର୍ପଣ କରିଥାନ୍ତି । ଗ୍ରାମର ଯୁବକ ଯୁବତୀ ମାନେ ରାତିସାରା ବାଜା ବଜାଇ ନାଚଗୀତରେ ମଜ୍ଜିଥାନ୍ତି । ଏହି ପର୍ବ ୩ ଦିନ ଧରି ଚାଲିଥାଏ। ଯିଏ ଯେତେ ଦୂରରେ ଥିଲେ ମଧ୍ୟ ଏହି ପର୍ବରେ ଯୋଗଦାନ କରି ଭାଇଚାରାର ପରିଚୟ ସୃଷ୍ଟି କରିଥାନ୍ତି।