ବଲାଙ୍ଗିର,୧୦/୧୨ :ଲୋଇସିଂହା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ହେବ ଡାକ୍ତର ଅଭାବ ତଥା ସ୍ଥାୟୀ ବିଶେଷଜ୍ଞ ନିଯୁକ୍ତି, ସ୍ଥାୟୀ ମେଡିକାଲ ଅଫିସର ନିଯୁକ୍ତି, ଉନ୍ନତ ମାନର ଆମ୍ବୁଲାନ୍ସ ବ୍ୟବସ୍ଥା ଦାବିକରି ଲୋଇସିଂହା ସାମ୍ବାଦିକ ସଂଘ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିଛନ୍ତି। ଲୋଇସିଂହା ବାସୀଙ୍କର ଏହା ଦୀର୍ଘ ଦିନର ଦାବି ହୋଇଥିଲେ ସୁଦ୍ଧା ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି କିମ୍ବା କର୍ଣ୍ଣପାତ କରୁନାହାନ୍ତି ବୋଲି ସଂଘ କହିଛି । ଦିନକୁ ଦିନ ଲୋଇସିଂହାରେ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଖରାପ ହେଉଥିବା ସଂଘର କର୍ମକର୍ତ୍ତା ତାଚ୍ଛଲ୍ୟ କରି କହିଛନ୍ତି । ଏ ଦିଗରେ ରାଜ୍ୟ ସରକାର ଯଦି ଠିକଣା ପଦକ୍ଷେପ ନ ନିଅନ୍ତି ତେବେ ଚକ ଅଖ ସବୁ ବନ୍ଦ କରି ଦିଆଯିବ ଏଥି ପାଇଁ କେବଳ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି । ଆଜିର ଏହି ଧାରଣାରେ ଅନେକ ସ୍ବେଛାସେବୀ ଅନୁଷ୍ଠାନ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵତଃପୂର୍ତ୍ତ ଭାବରେ ଯୋଗ ଦେଇଥିଲେ ।