ସଇଁତଲା,୧୧/୧୨ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବନଖଣ୍ଡ ଅଧିନସ୍ଥ ସଇଁତଲା ବନାଞ୍ଚଳରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସଇଁତଲା ରେଞ୍ଜ ଅଧିକାରୀ ଦୂର୍ଗା ପ୍ରଶାଦ ମିଶ୍ରଙ୍କ ତତ୍ବାବଧାନରେ ରେଞ୍ଜ ର ସମସ୍ତ କେନ୍ଦୁପତ୍ର ତୋଲାଳୀ ଏବଂ କର୍ମଚାରୀଙ୍କୁ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଥିରେ ଟିଟିଲାଗଡ଼ ଡିଏଫଓ ଦେବପ୍ରିୟ କମ୍ପା ଉପସ୍ଥିତ ଥିବା ବେଳେ ଦେଓଗାଁ ରେଞ୍ଜର ଧୁବା ରଣା ଓ ବଙ୍ଗୋମୂଣ୍ଡା ରେଞ୍ଜର ବି ଏନ୍ ଗୁରୁ ଉପସ୍ଥିତ ଥିଲେ । ଡା ସୋମେନ୍ ମଣ୍ଡଳ, ଡା ସୋନ୍ ଜିତ ଆଚାର୍ଯ୍ୟ, ଡା ସକ୍ତି ସୌରଭ ପ୍ରଧାନ ପ୍ରମୂଖ ଚିକିତ୍ସା କରିଥିଲେ । ଫରେଷ୍ଟର ସରୋଜ ଭୋଇ , ସୋମ୍ୟରଞ୍ଜନ ପଣ୍ଡା, ରାକେଶ ସାହୁ , ତେଜରାଜ ମାଝୀ, ହେମ ସାଗର ସାହୁ, ରଞ୍ଜିତା ବାଗ ଓ ମନକାନ୍ତି ଭୋଇ କାର୍ଯ୍ୟକ୍ରମରେ ଦାୟିତ୍ବ ନିର୍ବାହ କରିଥିବା ବେଳେ ସଇଁନ୍ତଳା ରେଞ୍ଜ ହେଡ୍ ଚେକର ସୁଧିର ମିଶ୍ର, ଅଶୋକ ଷଡ଼ଙ୍ଗୀ, ଗଣ୍ଡାରାମ ପ୍ରଧାନ, ମାଧବ ସାହୁ, ଶୁଶାନ୍ତ କୁମାର ମେହେର ଓ ସଇନ୍ତଳା ସେକ୍ସସନର ସମସ୍ତ ମୁନ୍ସି ଓ ଚପରାସି ସହଯୋଗ କରିଥିଲେ ।
ସଇଁତଲାରୁ ଗୋକୁଳା ନନ୍ଦ ବଗର୍ତ୍ତୀଙ୍କ ରିପୋର୍ଟ odiabarta.in