ରାୟଗଡ,୨୧/୧୨ : ରାୟଗଡ ସହରର ଗାୟତ୍ରୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିଶୁଙ୍କର ଉନ୍ନତି ଓ ବିଦ୍ୟାଳୟର ଉନ୍ନତି ଦିଗରେ ସହାୟକ ହେବା ନିମନ୍ତେ ଅଭିଭାବକମାନଙ୍କୁ ଓ ଶିଶୁମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ମାର୍ଗଦର୍ଶନ କରିଥିଲେ ।
ସେହିପରି ମୁଖ୍ୟ ବକ୍ତା ଭାବେ ସ୍ୱଂୟ ସେବକ ସଂଘ ସଂପାଦକ, ଦେବୀ ପ୍ରସାଦ କର ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଏକ ସୁଦୃଢ ଦେଶ ଗଠନ ଦିଗରେ ସହାୟକ ହେବା ନିମନ୍ତେ ଦିଗଦର୍ଶନ ଦେଇଥିଲେ ।ବିଦ୍ୟାଳୟର ସଭାପତି ହୃଦୟାନନ୍ଦ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ଗୁଣାତ୍ମକ ଶିକ୍ଷା ଯୋଗୁଁ ସେମାନଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ । ବିଦ୍ୟାଳୟ ସଂପାଦକ ଡଃ. ସୁନୀଲ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ସେହିପରି ବାର୍ଷିକ ଉତ୍ସବରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ସେହିପରି ବିଦ୍ୟାଳୟର ଉପସଭାପତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଧାନଚାର୍ଯ୍ୟ ପ୍ରଫୁଲ୍ଳ ଚରଣ ସ୍ୱାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ଗୁରୁଜୀଗୁରମା ମାନେ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।