ପାଇଖାନ ଭିତରୁ ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର : ମାରି ଟାଙ୍ଗି ଦେଇଥିବା ଅଭିଯୋଗ

ବୀରମହାରାଜପୁର,୨୩/୧୨ (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା କୁକିଆ ଗାଁରେ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ପରିବାର ଲୋକେ ପାଇଖାନା ଭିତରେ ମୃତ ପ୍ରିୟବ୍ରତୀଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ଦୀର୍ଘ ୪ ବର୍ଷ ତଳେ ବୀରମହାରାଜପୁର ବ୍ଲକର ସୁବଳୟା ଥାନା ଅଧୀନର ଟେଭାପଦର ଗାଁର (ଝିଅର ବାପା ) ବନମାଳୀ ମହାଲିକଙ୍କ ଝିଅ ପ୍ରିୟବ୍ରତୀ ଉଲୁଣ୍ଡା ଥାନା କୁକିଆ ଗାଁର ବାବୁଲି ତରିଆଙ୍କୁ ବିବାହ କରିଥିଲେ । ଆଜି ସକାଳୁ ପରିବାର ଲୋକେ ଘର ପାଇଖାନା ଭିତରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲେ । ପାଇଖାନା ଭିତରେ ଶାଢ଼ୀରେ ବେକରେ ଫାଶୀ ଲଗାଇ ଆତ୍ମହତ୍ଯା କରିଥିବା ପରିବାର ଲୋକ ସଫେଇ ଦେଇଛନ୍ତି । କିନ୍ତୁ ମୃତ ପ୍ରିୟବ୍ରତୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ଓ ଆଗରୁ ଯୌତୁକ ନିର୍ଯାତନା ଦେଉଥିବା ପ୍ରିୟବ୍ରତୀ ବାପା ବନମାଳୀ ମହାଲିକ ଉଲୁଣ୍ଡା ଥାନା ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ଘଟଣାସ୍ଥଳକୁ ବୀରମହାରାଜପୁର ଏସଡିପିଓ ଉଲୁଣ୍ଡା ଥାନା ଆଇଆଇଆଇସି ଏବଂ ମାଜିଷ୍ଟ୍ରେଟ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲା ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଜଣା ପଡିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.