ସରକାରଙ୍କ ବିରୁଦ୍ଧରେ ଥାନାରେ ଏତେଲା, ବିଭିନ୍ନ ପ୍ରସଙ୍ଗ ଉଠାଇଲା ମଞ୍ଚ
କୋକସରା,୨୭/୧୨ : ଆଜି କୋକସରା କୃଷକ ସଚେତନ ମଞ୍ଚ ତରଫରୁ କୋକସରା ଥାନାରେ ସରକାରଙ୍କ ବିରୁଦ୍ଧରେ ଏକ ଏତଲା ଦାଏର ହୋଇଥିବା ଜଣାପଡିଛି । କୋକସରା କୃଷକ ସଚେତନ ମଞ୍ଚର ସଭାପତି ଶିବ ପ୍ରଧାନୀଙ୍କ ନେତୃତ୍ୱରେ ଆଜି ଶତାଧିକ ଚାଷୀ ଏକତ୍ରିତ ହୋଇ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ପରିଷର ହୋଇ କୋକସରା ଥାନା ସାମ୍ନାରେ ଏକ ପ୍ରତିବାଦ ସଭା କରିଥିଲେ । ଏହା ଗରୁଡ଼ଧ୍ୱଜ ମାଝୀଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକ ମାନଙ୍କ ସାମଗ୍ରିକ ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିଲେ ହେଁ ନିତିନିର୍ଧାରଣ ଓ କାର୍ଯ୍ୟକାରିତାରେ ଅବହେଳା ହେତୁ କୃଷକ ସମାଜ ବହୁ ପରିଶ୍ରମ କରି ମଧ୍ୟ ଜୀବନ ଶୈଳୀ ଓ ଆର୍ଥିକ ମାନଦଣ୍ଡ ରେ ଉନ୍ନତି ବଦଳରେ ଦିନକୁଦିନ ନିମ୍ନଗାମୀ ହେଉଛନ୍ତି ବୋଲି କୃଷକ ସଚେତନ ମଞ୍ଚର ସଭାପତି ବକ୍ତବ୍ୟ ରଖିଥିଲେ । ଚାଷୀଙ୍କ ଅଭିଯୋଗ ହେଲା କାଳିଆ ଯୋଜନାର ବିଫଳତା, ଧାନ ଓ କ୍ଷୀର କିଣାରେ ଅବ୍ୟବସ୍ଥା, କୃଷକ ମାନଙ୍କୁ ଦିଆଯାଇଥିବା ସମସ୍ତ ପ୍ରକାର ରିହାତିର ଉଛେଦ, ବୋନସ ଦେବାରେ ବିଫଳତା, ଗତ ବର୍ଷର ଇନପୁଟ ସବସିଡି, ଏଲଏନଟି କମ୍ପାନୀ ଦ୍ୱାରା କେନାଲ ଖନନ ଓ ପାଇପ ବିଛା ଦ୍ୱାରା ଚାଷୀଙ୍କୁ ଉପୁଜୁଥିବା ସମସ୍ୟା ତଥା କୃଷକଙ୍କ ବିଭିନ୍ନ ସମସ୍ୟାର ଅଣଦେଖା କରୁଥିବା ପ୍ରାତବାଦରେ ସରକାରଙ୍କ ବିରୁଦ୍ଧରେ କୋକସରା ଥାନାରେ ଥାନାଧିକାରୀ ବାସୁଦେବ ଛତ୍ରିଆଙ୍କୁ ଏଫଆଇଆର ପ୍ରଦାନ କରିଛନ୍ତି । ଏହି ପ୍ରତିବାଦ ସଭାରେ ଘନଶ୍ୟାମ ନାଏକ, ମାର୍କଣ୍ଡ ବେମାଳ, ଧନେଶ୍ୱର ପଣ୍ଡା, ଧନବଲ ନାଏକ, ମୀନକେତନ ପ୍ରଧାନୀ, ଘାସିରାମ, ପାଟଜୋଷୀ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in