ଲାଞ୍ଜିଗଡ ବ୍ଲକରେ ଏମଜିଏନଆରଇଜିଏ ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ଜନ ସୁଣାଣୀ ଶିବିର

ଲାଞ୍ଜିଗଡ,୨୮/୧୨ :କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ରାଜୀବ ଗାନ୍ଧୀ ସେବାଗୃହ ପରିଷରରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଜିଏନଆରଇଜିଏ) ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ଜନ ସୁଣାଣୀ ଶିବିର ଆୟୋଜିତ ହୋଇଯାଇଛି । କଳାହାଣ୍ଡି ଉପ ଜିଲ୍ଲାପାଳ ଶୁସାନ୍ତ ସିଂଙ୍କ ତତ୍ତ୍ବବଧାନ ତଥା ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଅଧ୍ୟକ୍ଷ ଇଂ ଫକୀର ମୋହନ ମାଝୀ, ଏବିଡ଼ିଓ ବିଭୂତି ଭୂଷଣ ସତପଥି, ଏଇ ବିଶ୍ୱଜିତ ପାତ୍ର, ବ୍ଳକ ସୋସିଆଲ ଅଡିଟର ରଶ୍ମିରଞ୍ଜନ ବିଶି, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ-ସଞ୍ଜିତ କୁମାର ପରିଡା ପ୍ରମୂଖ ଉପସ୍ଥିତ ଥିଲେ । ଏଥିରେ ଏମଜିଏନଆରଇଜିଏ ଆଇନ ଅଧିନରେ ଜନ ସୁଣାଣୀ ହେବାସହ ବ୍ଲକ ସ୍ତରୀୟ ଜନ ସୁଣାଣୀ କମିଟି ଏବଂ ଗ୍ରାମ୍ୟ ସାଧନ କର୍ମୀମାନେ ତାଙ୍କର କାର୍ଯ୍ୟ ସଂପାଦନ ସମନ୍ଧିତ ମତ ପ୍ରକାଶ କରିଥିଲେ । ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ଶ୍ରମିକ ଓ ଜନ ସାଧାରଣ ଉପସ୍ଥିତ ଥିଲେ । ବ୍ଲକ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.