କେତେ ବାହ୍ୟ ମଳମୁକ୍ତ ଆମରି ଗାଁ ?

ଆଭ୍ୟନ୍ତରୀଣ ଇଲାକାରେ ସ୍ୱଚ୍ଛ ଭାରତ ମିଶନର ଅସ୍ୱଚ୍ଛ ଚିତ୍ର

କଳାହାଣ୍ଡି/ମ.ରାମପୁର,୧୬/୩ : କଳାହାଣ୍ଡି ଜିଲ୍ଳା ସ୍ୱଚ୍ଛ ଭାରତ ମିଶନରେ ପଛରେ ରହିଯାଇଥିଲା । ଚଡ଼କ ପଡ଼ିଲାପରେ ପ୍ରଶାସନ ତତ୍ପରତା ଦେଖାଇଲା । ପ୍ରଶାସନର ସମସ୍ତ ଶକ୍ତି ସାମର୍ଥ୍ୟକୁ ବିନିଯୋଗ କରି ସଂପୂର୍ଣ୍ଣର୍ ବାହ୍ୟମଳମୁକ୍ତ ବ୍ଳକ ଭାବରେ ଗଢିତୋଳିବାକୁ ପ୍ରଯତ୍ନ କଲା । ଏମିତି ହେଲା, କର୍ମଚାରୀମାନେ ଅଫିସ ବଦଳରେ କେବଳ ଗାଁ ଗାଁ କୁ ଧାଇଁଲେ,ତଦାରଖ କଲେ, ଆଉ ଶେଷରେ ରିପୋର୍ଟ ଦେଲେ ସଂପୂର୍ଣ୍ଣ ବାହ୍ୟମଳମୁକ୍ତ ବ୍ଲକ । ପ୍ରଶାସନ ତରଫରୁ ପ୍ରତି ଗାଁରେ ଲାଗିଲା ବାହ୍ୟ ମଳମୁକ୍ତ ଗାଁର ଫଳକ । ତେବେ ସୂଚନା ମୁତାବକ ୨୦୧୭-୧୮ ଏବଂ ୨୦୧୮-୧୯ଆର୍ଥିକବର୍ଷ ପାଇଁ ମିଳିଥିବା ସମୁଦାୟ ୩କୋଟି୯୪ଲକ୍ଷ୩୨ହଜାର ଟଙ୍କା ଯଥାକ୍ରମେ ୨୦୧୭-୧୮ ଆର୍ଥିକ ବର୍ଷରେ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ ପାଇଁ୪୮ଲକ୍ଷ ଟଙ୍କା ପୈଠ ହେଇଥିବାବେଳେ ୨୦୧୮-୧୯ଆର୍ଥିକବର୍ଷରେ ୩କୋଟି୪୬ଲକ୍ଷ୩୨ହଜାର ଟଙ୍କା ପଇଠ କରାଯାଇଥିବା ସୂଚନା ହସ୍ତଗତ ହେଇଛି । ଦୁଇବର୍ଷ ପାଇଁ ଆସିଥିବା ସଂପୂର୍ଣ୍ଣ ଅର୍ଥ ବିନିଯୋଗ କରାଯାଇଥିବା ସୂଚନାଫର୍ଦ୍ଦରେ ଦର୍ଶାଯାଇଛି । କେବଳ ୯୨୮ଜଣ ହିତାଧିକାରୀ ନିଜ ତତ୍ତ୍ୱାବଧାନରେ ସରକାରୀ ସହାୟତାଦ୍ୱାରା ଶୌଚାଳୟମାନ ନିର୍ମାଣ କରିଥିବାବେଳେ ବାକି ଶୌଚାଳୟ ବିଭିନ୍ନ ଠିକାସଂସ୍ଥା ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମାଣ ହେଇଥିବା ଜଣାପଡ଼ିଛି । ଏପରିପ୍ରେକ୍ଷୀରେ ନିଜ ତତ୍ତ୍ୱାବଧାନରେ ତିଆରି କରାଯାଇଥିବା ଶୌଚାଳୟ ବାବଦକୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ପାଶବହିରେ ୧କୋଟି ୧୧ଲକ୍ଷ୩୬ହଜାର ଟଙ୍କା ଜମା ଦିଆଯାଇଥିବା ଦର୍ଶାଯାଇଛି । ଏହି ଶୌଚାଳୟ ନିର୍ମାଣ କାର୍ଯ୍ୟରେ ମ.ରାମପୁର ବ୍ଲକର ୧୯ଗୋଟି ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମମାନଙ୍କରେ ସମୁଦାୟ୭୯ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୧୯ଟି ଘରୋଇ ନିର୍ମାଣ ଠିକା ସଂସ୍ଥା ଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯାଇଥିବା ସୂଚନା ହସ୍ତଗତ ହେଇଛି ।

ତେବେ ୨୦୧୭-୧୮ କଆର୍ଥି ବର୍ଷରେ ମ.ରାମପୁର ବ୍ଲକର ୧୯ଗୋଟି ପଂଚାୟତରେ ୪୦୦ଟି ଶୌଚାଳୟ ହେଇଥିବାବେଳେ ୨୦୧୮-୧୯ରେ ୨ହଜାର୮ଶହ ୮୬ଟି ଶୌଚାଳୟ ନିର୍ମାଣ ହୋଇଛି ଏବଂ ଦୁଇ ଆର୍ଥିକ ବର୍ଷର ସମୁଦାୟ ଶୌଚାଳୟ ସଂଖ୍ୟା୩୨୮୬ଟି ରହିଛି । ଦୁଇ ଆର୍ଥକ ବର୍ଷକୁ ମିଶାଇ ଏହି ବ୍ଲକର ୧୯ଗୋଟି ପଂଚାୟତ ଯଥା ଅଲାତରା ପଂଚାୟତରେ ୨୯୯, ବମକ୨୩୩, ବାରବନ୍ଧା୧୦୧, ଡ଼ମ୍ବକର୍ଲାଖୁଟା୨୭୩, ଦେଢଶୂଳୀ୧୦, ଡ଼ୁଡ଼ୁକାରଂଜା୧୬୮, ଗୋଚ୍ଛାଡ଼େଙ୍ଗନ୩୩୦, ମ.ରାମପୁର୩୧୩, ମଦନପୁର୧୯୩, ମାଣିକେରା୮୨, ମୋହନଗିରୀ୨୧୬, ମୁଡ଼ିଂ୧୯୪, ନୁନପୁର୧୯୩, ପଣ୍ଡକାମାଳ୧୩୩, ସାଲେପାଲି୧୫୯,  ସାଇଦଲଙ୍ଗା୧୫୭, ସିଂହପୁର୩୪, ଉରଲାଦାନି ୧୭୯ଟି ଶୌଚାଳୟ ନିର୍ମାଣ କରାଯାଇଥିବା ଜଣାଯାଇଛି । ତେବେ ମ.ରାମପୁର ବ୍ଲକରେ ସମୁଦାୟ ପରିବାର ସଂଖ୍ୟା ୨୧୧୦୮ ରହିଥିବାବେଳେ ଜନସଂଖ୍ୟା୧ଲକ୍ଷ୪୦ଜହାରରୁ ଉର୍ଦ୍ଧ୍ୱ । ସରକାର ସ୍ୱଚ୍ଛ ଭାରତ ମିଶନ ଜରିଆରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସୁଦ୍ଧା ତାହାର ଅସ୍ୱଚ୍ଛ ଚିତ୍ର ଦେଖିଲେ ତାଜୁବ୍ ଲାଗେ । ଦେଢଶୁଳୀ ପଂଚାୟତର କାଉପଦର ଗ୍ରାମରେ ଗୋଟିଏ ବି ଶୌଚାଳୟ ନଥିବାବେଳେ କେମିତି ବାହ୍ୟମଳମୁକ୍ତ ଫଳକ ଲାଗିଲା,ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ,ସେ ଘାଟି ତଥା ଆଭ୍ୟନ୍ତରୀଣ ଇଲାକା ହେଇଥିବା କାରଣରୁ ସେଠାରେ କେହି ଶୌଚାଳୟ ନିର୍ମାଣ କରିବାକୁ ରାଜିହେଉନାହାନ୍ତି ତେଣୁ ସେଠାରେ ଶୌଚାଳୟ ତିଆରି ହେଇପାରିନି ବୋଲି କହି କଥାକୁ ଆଡ଼େଇ ଯାଇଥିଲେ । ତେବେ କେଉଁଠି ଘରଠାରୁ ଶହେ ମିଟର ଦୂରରେ ତ ଆଉ କୋଉଠି ନିଜ ବିଲରେ ତଥା ଅପନ୍ତରା ଜାଗାରେ ନିର୍ମାଣ ହେଇଛି ଏହି ଶୌଚାଳୟ,ଯୋଉଠିକି ଶୌଚହେବା କଥା ତ ଦୂରେ ଥାଉ,ଅନେକ ଶୌଚାଳୟ ଏବେ ଭଗ୍ନ ତଥା କୋଉଠି କାଠ ରଖାଯାଉଛି ତ କୋଉ ଶୌଚାଳୟର ଛାତ ଉଡ଼ିସାରିଲାଣି । ଏମିତି ବି ଗୋଟିଏ ଶୌଚାଳୟକୁ ଦେଖେଇ ଦୁଇ/ତିନିଜଣ ନାମ ପରିବର୍ତ୍ତନ କରି ଟଙ୍କା ଉଠାଣ କରିଥିବା ଦେଖିବାକୁ ମିଳିଛି । ତେବେ ସ୍ୱଚ୍ଚ ଭାରତ ମିଶନର ପ୍ରକୃତ ଲକ୍ଷ୍ୟ କେତେ ଦୂର ସଫଳ ହେଇଛି,ତାହା ସାଧାରଣରେ ଅନୁମେୟ ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.