କରୋନା ମୁକାବିଲା : ତାରାତାରିଣୀ ଯାତ୍ରାକୁ ନେଇ ପ୍ରଶାସନର ବଡ ନିଷ୍ପତ୍ତି

ପ୍ରସିଦ୍ଧ ଦଣ୍ଡନାଚ ଉପରେ ଲାଗିଲା କଟକଣା, ଯାତ୍ରାରେ ହେବନାହିଁ ମୁଣ୍ଡନ

ଗଞ୍ଜାମ,୧୭/୩ (ନିରଞ୍ଜନ ଗଉଡ) : ପ୍ରତିବର୍ଷ ଚୈତ୍ର ମାସରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ଲୋକ ଏହି ଯାତ୍ରା ସହ ଦଣ୍ଡ ନାଚ ଦେଖିବା ପାଇଁ ଆସିଥାନ୍ତି । ଏବର୍ଷ କରୋନା ଭାଇରସର ଭୟାବହତାକୁ ଆଖି ଆଗରେ ରଖି ତାରାତାରିଣୀ ଯାତ୍ରାକୁ ନେଇ ପ୍ରଶାସନ ବଡ଼ ନିଷ୍ପତ୍ତି ଜାରି କରିଛନ୍ତି। କରୋନା ଭାଇରସ ମୁକାବିଲା ପାଇଁ ଦଣ୍ଡ ନାଚ ଉପରେ ଲାଗିଛି କଟକଣା । ଚଳିତଥର ଏଠାରେ ମୁଣ୍ଡନକୁ ନିଷିଦ୍ଧ କରାଯିବା ସହିତ ଜିଲ୍ଲା ଓ ରାଜ୍ୟ ବାହାରରୁ ପର୍ଯ୍ୟଟକ ନଆସିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଏହାସହ ଏହି ଯାତ୍ରାରେ କେବଳ ସ୍ଥାନୀୟ ଜନସାଧାରଣ ପୂଜା କରି ପାରିବେ ବୋଲି ସମସ୍ତଙ୍କୁ ଜଣାଇ ଦେଇଛନ୍ତି ଜିଲ୍ଲାପାଳ।

_________________________________________

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.