କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଉତ୍ସାହିତ କରି ରାୟଗଡ ଗାଇଲା ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ

ରାୟଗଡ,୩୦/୫ : କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଉତ୍ସାହିତ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଆଦିବାସୀ କଲ୍ଯାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ।

ବର୍ତ୍ତମାନର କଠିନ ସମୟରେ ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ନିଷ୍ଠାପର ସେବାକୁ ସମ୍ମାନ ଜଣାଇ ଆମର ଏକତାର ସ୍ୱର କରୋନା ଯୁଦ୍ଧକୁ ଆହୁରି ଦୃଢ଼ କରିବାରେ ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରକାଶ କରିଥିଲେ । ଏହି ଅବସରରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟ ଜିଲ୍ଲାପଦସ୍ଥ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ପୁଲିସ ମୁଖ୍ଯ କାର୍ଯ୍ଯାଳୟରେ ଏସପି ଡାକ୍ତର ଶର୍ବଣା ବିବେକ୍.ଏମଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉତ୍କଳୀୟ ସଂଗୀତ ଗାନ କରିଥିଲେ।

ଅନ୍ଯପଟେ ସହରର ଗଜପତି ଛକରେ ଜିଲ୍ଲା ବିଜେଡି ତରଫରୁ ଅୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲ୍ଲା ବିଜେଡି ସଭାପତି ସୁଧିର କୁମାର ଦାଶଙ୍କ ସମେତ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ । ସେହିପରି କୋର୍ଟ ପରିସରରେ ରାୟଗଡା ବାର୍ ଆସୋସିଏସନ ଏବଂ ଗୁଣ୍ଡିଚା ମନ୍ଦିର ଛକରେ ପୈାର ପରିଷଦର ସଫେଇ କର୍ମଚାରୀ ଓ ସ୍ୱଚ୍ଛସାଥିଙ୍କ ସହ ରାୟଗଡ ଉପଖଣ୍ଡ ଅଧିକାରୀ ତପନ ନାରାୟଣ ରଥ ଓ ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର ଏଏନଏମ କର୍ମୀ ଓ ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଜନତା ପକ୍ଷରୁ ମଧ୍ଯ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା। ସାମାଜିକ ଦୁରତ୍ବର ଅନୁପାଳନ କରି ବନ୍ଦେ ଉତ୍କଳ ଜନନୀ ଗାନ କରିଯାଇଥଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.