ବଲାଙ୍ଗିର,୮/୯: କିଛି ସମୟ ପୂର୍ବରୁ କାଳବୈଶାଖୀର ପ୍ରଭାବରେ ହୋଇଥିବା ବଜ୍ରାପାତରେ ୯ଟି ଗାଇଗୋରୁ ମୃତ୍ୟୁ ମୁଖରେ ପଡିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ସଇନ୍ତଳା ବ୍ଳକ ଗଣ୍ଡପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ମାଳ ପଡିଆର ଜାମୁକୋଲି ଗଛ ପାଖରେ ଆଜି ଅପରାହ୍ନରେ ଗାଇ ଗୋରୁମାନେ ଚରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ୯ଟି ଗାଇଗୋରୁଙ୍କ ମୃତ୍ୟୁ ଘଟିଛି । ଗାଇ ମାଲିକଙ୍କ କହିବା ଅନୁସାରେ ସମସ୍ତ ଗୋରୁଙ୍କ ଜିବନ ବିମା କରାଯାଇଛି । ତେବେ ପ୍ରସାଶନ ଏହାର ଉପଯୁକ୍ତ କ୍ଷତିପୁରଣ ଯୋଗାଇଦେବା ଜରୁରୀ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।