ରାୟଗଡ,୩/୭: ରାୟଗଡ ଜିଲ୍ଳା ଜଜ୍ ଅଦାଲତରେ କାର୍ଯ୍ୟରତ ଶିରଶଦାର ନାରାୟଣ ରାଓ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଶିରଶଦାର ନାରାୟଣ ରାଓଙ୍କୁ ଜିଲ୍ଳା ଜଜ କୋର୍ଟର ସମ୍ମିଳନୀ କକ୍ଷରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଳା ଜଜ୍ ଚିତରଂଜନ ଦାଶ, ପରିବାର ଅଦାଲତ ଆସିସ କୁମାର ତ୍ରିପାଠୀ, ଏଡିଜେ ଜ୍ଞାନେନ୍ଦ୍ର କୁମାର ବାରିକ, ସିଜେଏମ ମନୋରଂଜନ ଦାଶ, ରେଜିଷ୍ଟ୍ରାର ଶ୍ରୀମତି ପ୍ରଣତୀ ପାତ୍ର, ସବଜଜ୍ ଶତରୂପା ଶତପଥି, ଏସଡିଜେଏମ, ଗ୍ରାମ୍ୟ ନ୍ୟାୟାଳୟ ନ୍ୟାୟାଧିକାରୀ ଓ ଜେଏମଏଫସି ପ୍ରମୁଖ ଉପସ୍ଥିତ ରହି ଶିରୋଶଦାର ଶ୍ରୀ ରାଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ତାଙ୍କ ଅବସର ପରବର୍ତୀ ଜୀବନ ସୁଖ, ସମୃଦ୍ଧି ଓ ସେ ନିରୋଗୀରେ ରହି ଅତିବାହିତ କରନ୍ତୁ ବୋଲି କହିଥିଲେ । ମହାମାରୀ କରୋନା ମାର୍ଗଦର୍ଶିକା ଅନୁଯାୟୀ ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ସମସ୍ତେ ସାମାଜିକ ଦୂରତା ବଜାୟ ରଖି ମାସ୍କ ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in