ଜିଲ୍ଳାରେ କୋଭିଡ ସ୍ଥିତି ସମୀକ୍ଷା କଲେ ଜିଲ୍ଳାପାଳ

ଗୁଣପୁର ଗସ୍ତ କରି କୋଭିଡ ମାର୍ଗଦର୍ଶିକା ମାନିବା ପାଇଁ ଲୋକଙ୍କୁ ଦେଲେ ପରାମର୍ଶ

ରାୟଗଡ,୩/୭: ରାୟଗଡ ଜିଲ୍ଳାରେ ମହାମାରୀ କରୋନା ସ୍ଥିତି ଜଟିଳ ହେବାରେ ଲାଗିବା ଆରମ୍ଭ କଲାଣି । ଏକାଥରକେ ଜିଲ୍ଳାରେ ୭୬ଜଣଙ୍କ ପଜିଟିଭ ରିପୋର୍ଟ ଜିଲ୍ଳା ପ୍ରଶାସନର ମୁଣ୍ଡ ବିନ୍ଧା କାରଣ ପାଲଟିଛି । ତେବେ କୋଭିଡ ମାର୍ଗଦର୍ଶିକା ମାନି ଚଳିଳେ ବୃଦ୍ଧି ପାଉଥିବା ପଜିଟିଭ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଜିଲ୍ଳାବାସୀଙ୍କୁ ନିବେଦନ କରିବା ସହ ସାମାଜିକ ଦୂରତା ମାନି ଚଳିବା, ନିୟମିତ ହାତ ଧୋଇବା, ମାସ୍କ ପରିଧାନ କରିବା ଆଦି ନିୟମ ମାନି ଚଳିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି । ଶୁକ୍ରବାର ଦିନ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନାଗୁଡା ସ୍ଥିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ଖାଦ୍ୟପେୟ ଏବଂ କେନ୍ଦ୍ରର ସଫାସୁତୁରା ପ୍ରତି ଧ୍ୟାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ସେହିପରି ଗୁଣପୁରରେ ପଂହଚି ଆଦର୍ଶ ବିଦ୍ୟାଳୟର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ରହିଥିବା ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ । ଯେକୈାଣସି ସ୍ଥିତିରେ ମଧ୍ୟ ଅନ୍ତେବାସୀମାନେ ସେମାନଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇପାରିବେ ସେ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

ଜିଲ୍ଳାପାଳଙ୍କ ଗସ୍ତ ସମୟରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ.ମଧ୍ୟ ଗସ୍ତ କରିଥିବାରୁ ଟିଏମସି କେନ୍ଦ୍ରଗୁଡିକରେ ଅଧିକ ପୋଲିସ ମୁତୟନ କରିବା ଉପରେ ବିଚାର ବିମର୍ଷ କରିଥିଲେ । ସେହିପରି ଗୋଟିଏ ଥରରେ ଗୁଣପୁର ବ୍ଳକର ସିରିଝୋଲି ଗ୍ରାମ ପଂଚାୟତର କନଟେଂଟମେଂଟ ଜୋନରେ ଥିବା ବିଜୟପୁର ଗ୍ରାମରେ ଶୁକ୍ରବାର ବାହାରିଥିବା ଏକାଥରକେ ୭୪ଟି କରୋନା ପଜିଟିଭ ଯୋଗୁଁ ସେଠାକୁ ଯାଇ ପରିସ୍ଥିତି ସମୀକ୍ଷା କରିଥିଲେ । ବହୁମାତ୍ରାରେ କୋଭିଡ ରୋଗୀ ଏହି ଗ୍ରାମରୁ ଚିହ୍ନଟ ହୋଇଥିବା ଯୋଗୁଁ ଗ୍ରାମର ଚାରିପଟେ ସଂପୂର୍ଣ୍ଣ ବ୍ୟାରିକେଟ୍ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ସେହିପରି ଗୁଣପୁର ପୈାରାଂଚଳର ଶାନ୍ତିନଗର ଅଂଚଳରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପୈାର ପ୍ରଶାସନ ପକ୍ଷରୁ ଅଂଚଳକୁ ସଂପୂର୍ଣ୍ଣ ସିଲ କରାଯାଇଥିବାରୁ ଏହାକୁ ଦେଖି ଅଶ୍ୱସ୍ତି ପ୍ରକାଶ କରିଥିଲେ । ଜିଲ୍ଳାପାଳଙ୍କ ଗସ୍ତ ସମୟରେ ଗୁଣପୁର ଉପଜିଲ୍ଳାପାଳ ଡକ୍ଟର ସିଦ୍ଧେଶ୍ୱର ବଳିରାମ ବନ୍ଦର,ଗୁଣପୁର ବିଡିଓ ଶ୍ରୀମତି ଶାନ୍ତିପ୍ରଭା ପ୍ରଧାନ, ଉପଖଣ୍ଡ ଚିକିତ୍ସାଧିକାରୀ ରମେଶ ଚନ୍ଦ୍ର ସାହୁଙ୍କ ସମେତ ଅନ୍ୟ ଉପଖଣ୍ଡ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ । ସେହିପରି ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ ମଧ୍ୟ ଗସ୍ତ କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ରାୟଗଡ ସହର ଠାରେ ରାୟଗଡ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ସ୍ଥାନୀୟ କସ୍ତୁରୀ ନଗର ଅଂଚଳରେ କରାଯାଇଥିବା କନଟେଂଟମେଂଟ ଜୋନ ଅଂଚଳରେ ସ୍ଥିତି ପରକ୍ଷୀ ଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.